ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ ମଙ୍ଗଳବାର ଗ୍ରାମ ରାସ୍ତାରେ ଧାରଣା ଦେଇଥିଲେ ା ଧାରଣା ଦେବା ପୂର୍ବରୁ ମହିଳାମାନେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ା ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଗ୍ରାମର ଜଣେ ବ୍ୟକ୍ତି ଜିଲା ଯୋଜନା କମିଟି ଅର୍ଥ, ପଞ୍ଚାୟତ ସମିତି ଅଂଶ ଅର୍ଥରେ ପ୍ରକଳ୍ପ କରିବା ନାମରେ ଚଞ୍ଚକତା କରି ନିଜ ଜାଗାରେ ବ୍ୟୟ କରିବା ସହ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି। ଗ୍ରାମର ତ୍ରିନାଥ ମଣ୍ଡପ, ଏସ୍ଏଚ୍ଜି ବିଲ୍ଡିଂର ଚତୁଃପାର୍ଶ୍ୱରେ ପାଚେରି ପାଇଁ ୨ ଲକ୍ଷ ଓ ଗ୍ରାମର ଢଳେଇ ରାସ୍ତା ପାଇଁ ୧ ଲକ୍ଷ ଟଙ୍କା ପଞ୍ଚାୟତ ସମିତି ଅଂଶ ପକ୍ଷରୁ ଅନୁଦାନରେ ଆଣି ନିମ୍ନମାନର କାମ କରିଛନ୍ତି ବୋଲି ଅଭିଯୋଗ କରି ମହିଳାମାନେ ଅଭିଯୋଗରେ ଦର୍ଶାଇଥିଲେ। ଖବରପାଇ କନିଷ୍ଠଯନ୍ତ୍ରୀ ଯୋଗମାୟା ଲେଙ୍କା ଘଟଣାସ୍ଥଳରେ ପହଞ୍ଚତ୍ ମହିଳାମାନଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ା ଏଥିସହ ଉକ୍ତ ରାସ୍ତା କାମ ବନ୍ଦ ରହିଛି। ସରପଞ୍ଚ ଓ ଗ୍ରାମବାସୀ ମିଶି ଏନେଇ ନିଷ୍ପତ୍ତି ନେଲା ପରେ ପୁନର୍ବାର ରାସ୍ତା କାମ ହେବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି ା