ଯେଣ୍ଡା ପାହାଡ଼ରୁ ମାର୍ବଲ ଖୋଳିବା ନିମନ୍ତେ ସରିଲା ଜନ ଶୁଣାଣି, ଜିଲା ପ୍ରଶାସନକୁ ରୋକ ଠୋକ୍ ଶୁଣାଇଲେ ଗ୍ରାମବାସୀ…

ପଟ୍ଟାଙ୍ଗି,୧୬।୮(ଶରତ ଧଳ): ନିଜେ ନିଜର ଜୀବନ ଜୀବିକା ନିର୍ବାହ କରି ବଞ୍ଚୁଥିବା ଏବଂ ନିର୍ଭର କରୁଥିବା ପାହାଡ଼କୁ ଇଛା ନଥାଇ ମଧ୍ୟ କମ୍ପାନୀ ହାତକୁ ଟେକି ଦେବା ପରି ଦୃଶ୍ୟ ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ଅଧିନରେ ରହିଥିବା ପାଲବାଲସା ଗ୍ରାମ ନିକଟରେ ଥିବା ଜେଣ୍ଡା ପାହାଡ଼ ଖୋଲିବାକୁ ନେଇ ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉକ୍ତ ପହାଡରେ ଗଛିତ ରହିଥିବା ମାର୍ବଲ ଓ ସାଜସଜ୍ଜା ପଥର ଖନନ ନିମନ୍ତେ ମେସୋର୍ଶ ଓମଁ ମିନେରାଲସ ଇଣ୍ଡଷ୍ଟ୍ରିଏସ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିଲାଗି କମ୍ପାନୀ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କୋରାପୁଟ ଏବଂ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଜନଶୁଣାଣୀରେ ଉକ୍ତ ପାହାଡ଼ ପାରିପାର୍ଶ୍ଵରେ ରହିଥିବା ୧୧ ଗୋଟି ଗ୍ରାମବାସୀ ଯୋଗଦେଇ ନିଜର ଇଛା ଅନିଛାରେ ନିଜ ନିଜର ମତାମତ ଓ ପ୍ରସ୍ତାବ ଦେଇ କହିଥିଲେ କି ପାହାଡ଼ରୁ ମାର୍ବଲ ଓ ସାଜସଜ୍ଜା ପଥର ଖନନ କରି ଉକ୍ତ କମ୍ପାନୀ ବାହାର ଦେଶ ବିଦେଶକୁ ରପ୍ତାନୀ କରି ନିଜେ ଲାଭବାନ ହେବ କିନ୍ତୁ ଏଠି କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମ ବାସିଙ୍କ କି ଲାଭବାନ ହେବ କିମ୍ବା କେଉଁ ପ୍ରକାର ଉନ୍ନତି ହେବ ବୋଲି ପ୍ରଶ୍ନ ଉଠାଇ ଉକ୍ତ ପାହାଡ଼ରୁ କମ୍ପାନୀ ପକ୍ଷରୁ ହେବାକୁ ଥିବା ମାର୍ବଲ ଓ ସାଜସଜ୍ଜା ପଥର ଖନନ ପୁର୍ବରୁ ଗମନାଗମନ ଠାରୁ ଆରମ୍ଭ କରି ପାନୀୟ ଜଳ , ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା ପାଇଁ ସୁବିଧା କରି ସହଯୋଗ କରିବା ଆବଶ୍ୟକ ରହିଛି । ଏଥି ସହିତ ଏହି ଅଞ୍ଚଳ ବା କ୍ଷତିଗ୍ରସ୍ତ ହେବା କୁ ଥିବା ଗ୍ରାମର ଶିକ୍ଷିତ ଯୁବକ ମାନଙ୍କର ରୋଜଗାର ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଏସବୁ କମ୍ପାନୀ ପକ୍ଷରୁ ସୁବିଧା ସୁଯୋଗ କରା ନଗଲେ ଜେଣ୍ଡା ପାହାଡ଼ରୁ ମାର୍ବଲ ଓ ସାଜସଜ୍ଜା ପଥର ଖନନ କରିବାକୁ କୈଣସି ମତେ ସହଯୋଗ କରିବୁ ନାହିଁ ବୋଲି ଉପସ୍ଥିତ ଜିଲାରୁ ଆସିଥିବା ଏଡିଏମ୍ ବା ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ , ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦିପେଶ କୁମାର ବିଶ୍ୱାଳ , ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀକାନ୍ତ ବେହେରା , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଶେମିଳିଗୁଡା ତହସିଲଦାର ଦେବବ୍ରତ କରାଟି ଓ ଉକ୍ତ କମ୍ପାନୀର ଡେକୁରେମ୍ ମ୍ୟାନେଜର ଅକ୍ଷୟ ଭଳ ପ୍ରମୁଖଙ୍କୁ ରୋକ ଠୋକ୍ ଶୁଣାଇଥିଲେ । ଏଥିସହିତ ୧୧  ଗ୍ରାମର ୧୨ ଜଣ ନିଜ ନିଜସ୍ୱ ମତାମତ ଦେବା ସହ ବିଭିନ୍ନ ଦାବି ସମ୍ପର୍କିତ ଦୁଇଟି ଲିଖିତ ଦାବି ପତ୍ର ଉପସ୍ଥିତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଏଠାରେ ସୂଚନା ଥାଉକି ଉକ୍ତ କମ୍ପାନୀ ପକ୍ଷରୁ ପାହାଡ଼ ର ୧୩ .୩୦୦ ହେକ୍ଟର ପରିମିତ ଜମି ବା ଅଞ୍ଚଳରେ ମାର୍ବଲ ତଥା ସାଜସଜ୍ଜା ପଥର ଖନନ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ପଥର ଖନନ କେବେ ଠାରୁ ଆରମ୍ଭ କରାଯିବ ସେ ନେଇ କମ୍ପାନୀ କତ୍ରୁପକ୍ଷଙ୍କ କୈଣସି ପ୍ରକାର ସୂଚନା ଉପସ୍ଥିତ କ୍ଷତିଗ୍ରସ୍ତ ଗ୍ରାମବାସୀ ଏବଂ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇ ନାହିଁ। ଅନ୍ୟପକ୍ଷରେ କମ୍ପାନୀ କତ୍ରୁପକ୍ଷଙ୍କ ଏଭଳି ଆଚରଣବିଧିକୁ ନେଇ ସଭାମଞ୍ଚ ବାହାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏନେଇ କାର୍ଯ୍ୟକ୍ରମ ସ୍ଥଳେ ଉପସ୍ଥିତ ରହିଥିବା ଉକ୍ତ କମ୍ପାନୀର ଡେକୁରେମ୍ ମ୍ୟାନେଜର ଅକ୍ଷୟ ଭଳଙ୍କୁ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ ତୁମେ ମାନେ କିଏ କୈଣସି ସୂଚନା ଦେଇ ପାରିବି ନାହିଁ କହି ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଦେଇଥିଲେ । ଏହି ସମୟରେ ସୁନାବେଡା ଏସଡିପିଓ ମନୋବ୍ରତା ସତପଥି  , ପଟ୍ଟାଙ୍ଗି ଥାନାଧିକାରୀ ଚତୁର୍ଭୁଜ ନାୟକ , ସୁଙ୍କି ଥାନାଧିକାରୀ ଏସ ଆଇ କେ ସାଙ୍ଗାନାଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଏବଂ ପୋଲିସ ଫୋର୍ସ ସହାୟତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri