ପୋଲିସ ଛାଉଣୀରେ ଢିଙ୍କିଆରେ ଜନଶୁଣାଣି

କୁଜଙ୍ଗ,୬।୩(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ଥର ପାଇଁ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଛାଉଣୀ ମଧ୍ୟରେ ଶନିବାର ଜନଶୁଣାଣି ହୋଇଛି। ଏଥିରେ ଢିଙ୍କିଆ, ଗୋବିନ୍ଦପୁର, ପାଟଣା, ମାହାଳ ଓ ତ୍ରିଲୋଚନପୁରର ଗ୍ରାମବାସୀ ଯୋଗଦେଇଥିଲେ। ମାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ପ୍ରଶାସନ ତରଫରୁ ବାରଣ କରାଯାଇଥିଲା। ଏପରି କି ଶୁଣାଣି ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ପଟେ ଜନଶୁଣାଣିରେ ପ୍ରକଳ୍ପ ବିରୋଧୀଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ା
ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଗତ ଜାନୁୟାରୀ ୧୪ରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଇକୋର୍ଟରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ୫ଜଣିଆ ଟିମ୍‌ ଗତ ୧୯ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନାବେଳେ ବାଲିତୁଠ ଅଞ୍ଚଳର କେତେଜଣ ବ୍ୟକ୍ତି କମିଟି ସଦସ୍ୟଙ୍କୁ ବିରୋଧ କରି ଗଣ୍ଡଗୋଳ କରିଥିଲେ। ପରେ କମିଟି ସଦସ୍ୟ ଗ୍ରାମର ସ୍ଥିତି ଅନୁଧ୍ୟାନ କରି ହାଇକୋର୍ଟରେ ରିପୋର୍ଟ ପ୍ରଦାନ କରିଥିଲେ। ଗତ ୨୩ ତାରିଖରେ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଢିଙ୍କିଆର ବାସ୍ତବ ଚିତ୍ରର ସମ୍ପୂର୍ଣ୍ଣ ବିବରଣୀ ଆଣିବା ପାଇଁ କମିଟିକୁ ମାର୍ଚ୍ଚ ୫ରେ ଆଉ ଥରେ ଘଟଣାସ୍ଥଳ ଗସ୍ତ କରି ସେଠାରେ ଜନଶୁଣାଣି କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳେଇ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଞ୍ଜୟ କଟିକିଆ ପ୍ରମୁଖଙ୍କୁ ନେଇ ଗଠିତ କମିଟି ପୁନର୍ବାର ଢିଙ୍କିଆ ଗସ୍ତରେ ଆସି ଜନଶୁଣାଣିରେ ଯୋଗଦେଇଥିଲେ। ଅନ୍ୟ ପକ୍ଷରେ ପୋଲିସ ଚିହ୍ନିଥିବା ପ୍ରକଳ୍ପ ବିରୋଧୀମାନଙ୍କୁ ଏହି ସମୟରେ ଭିତରକୁ ଛାଡ଼ି ନ ଥିବା ନେଇ ଅଭିଯୋଗ ହୋଇଛି।
ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ନିକଟରେ ପୋଲିସ ପରିଚୟ ଯାଞ୍ଚ ଆଳରେ ବହୁ ଲୋକଙ୍କୁ ଭିତରକୁ ଛାଡି ନ ଥିଲା। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଆଇନଜୀବୀ କମିଟିର ସଦସ୍ୟମାନେ ଆସି ଜନସାଧାରଣଙ୍କୁ ଭିତରକୁ ଛାଡିବାକୁ ପୋଲିସକୁ କହିଥିଲେ। ଏହାପରେ ସେମାନଙ୍କୁ ଛଡ଼ାଯାଇଥିଲେ ମଧ୍ୟ ବିରୋଧୀମାନଙ୍କୁ କିଛି କହିବାକୁ ନ ଦେଇ ଧକ୍କା ମାରି ଭିତରୁ ତଡ଼ି ଦିଆଯାଇଥିବା ନେଇ ଢିଙ୍କିଆର ପାର୍ବତୀ ବେହେରା, ରଶ୍ମିତା ମଲ୍ଲିକ, ମନୋଜ ମଲ୍ଲିକ, ଗୋବିନ୍ଦପୁରର ବିଶ୍ୱନାଥ ନାୟକ, ତ୍ରିଲୋଚନପୁରର ଚନ୍ଦନ ବିଶ୍ୱାଳ ପ୍ରମୁଖ କହିଛନ୍ତି। ଏପରି କି ଢିଙ୍କିଆର ପୂର୍ବତନ ସରପଞ୍ଚ ଶଲିଳା ନାୟକ କେତେ ଜଣ ମହିଳାଙ୍କ ସହ ଭିତରକୁ ପ୍ରବେଶକରିବାକୁ ଉଦ୍ୟମ କରିବାରୁ ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ା ଜାନୁୟାରୀ ୧୪ରେ ପୋଲିସ ମାଡ଼ରେ ଆହତ ହୋଇଥିବା ସ୍କୁଲ ଛାତ୍ରୀ ରାଲ୍ଲି ସ୍ବାଇଁଙ୍କୁ ୧୮ବର୍ଷରୁ କମ୍‌ ବୟସ ଦର୍ଶାଇ ପୋଲିସ ଭିତରକୁ ଛାଡ଼ି ନ ଥିଲା। ଆଇନଜୀବୀ କମିଟି ସଦସ୍ୟ ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ ତାଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଥିଲେ ମଧ୍ୟ କହିବାକୁ ଦିଆଯାଇ ନ ଥିଲା। ଅପରପକ୍ଷେ ପାନବରଜ ଭାଙ୍ଗି ଜୀବିକା ହରାଇଥିବା ସଂଖ୍ୟାଧିକ ପଞ୍ଚାୟତବାସୀ ଶିଳ୍ପକୁ ସ୍ବାଗତ କରଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଖଣ୍ଡନ କରିଥିଲେ। ଜୀବିକା ହରାଇଥିବାରୁ ଭବିଷ୍ୟତ ପାଇଁ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଯଥାଶୀଘ୍ର ପ୍ରତିଷ୍ଠା କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଥିଲେ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିି ନିଆଯାଇଛି। ଆଇନଜୀବୀ କମିଟି ହାଇକୋର୍ଟ ପକ୍ଷରୁ ସେମିତି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କହିଥିବା ବେଳେ ବାରଣ ସମ୍ପର୍କରେ କିଛି କହି ନ ଥିଲେ।
ଜନଶୁଣାଣିର ସମସ୍ତ ବିବରଣୀର ଭିଡିଓ ରେକର୍ଡିଂ ହୋଇଥିବା ନେଇ ଜିଲା ପ୍ରଶାସନ ତରଫରୁ କୁହାଯାଇଛି। ଜନଶୁଣାଣି ବେଳେ କେତେଜଣ ଗ୍ରାମବାସୀ ପୋଲିସ ଭୟରେ ସେଠାକୁ ନ ଆସି ଗାଁରେ ବୁଲୁଥିବାର ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ଶୁଣାଣିରେ ଜିଲାପାଳ ପାରୁଲ ପଟୱାରୀ, ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ମାର୍ଚ୍ଚ ୧୧ରେ ଆଇନଜୀବୀ କମିଟି ଏହାର ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri