ସାର୍ବଜନୀନ ମାନବ ଅଧିକାର

ମାନବ ଅଧିକାର ହେଉଛି ସାର୍ବଜନୀନ। ପୃଥିବୀରେ ଯେକୌଣସି ଦେଶରେ ବସବାସ କରୁଥିବା ବ୍ୟକ୍ତିମାନେ ମାନବ ଅଧିକାର ଉପଭୋଗ କରନ୍ତି ଏବଂ ଦାବି ମଧ୍ୟ କରନ୍ତି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଏସବୁ ଅଧିକାର ପାଇବା ପାଇଁ ହକ୍‌ଦାର। ପ୍ରାଞ୍ଜଳ ଭାବରେ କହିଲେ ମାନବ ଅଧିକାର କହିଲେ ଜଣେ ମଣିଷର ଅଧିକାରକୁ ବୁଝାଏ, କୌଣସି ସମାଜ, ଜାତି ବା ଦେଶର ଅଧିକାର ନୁହେଁ।
ମାନବ ଅଧିକାରକୁ ସୁରକ୍ଷା ପ୍ରଦାନ ପାଇଁ ମଣିଷ ଜାତି ବହୁ ଅତ୍ୟାଚାର, ଶୋଷଣ ଓ ଅନ୍ୟାୟ ତଥା ଅବହେଳାର ଶିକାର ହୋଇଛି। ଏହି ଇତିହାସ ଯେତିକି ପୁରୁଣା, ଏସବୁ ବିରୋଧରେ ଆନ୍ଦୋଳନ ଓ ସଂଗ୍ରାମ ସେତିକି ପୁରୁଣା। ଅତୀତରେ ବ୍ରିଟେନ୍‌ରେ ରାଜାମାନେ ଅତ୍ୟାଚାରୀ ଥିଲେ। ସେମାନେ ଲୋକମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ କରିଥିଲେ। ଫଳତଃ ଲୋକମାନେ ଏହା ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିବା ପରେ ସେମାନଙ୍କୁ କିଛି ଅଧିକାର ମିଳିଥିଲା। ଏହା ଘଟିଥିଲା ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ। ସୁତରାଂ ୧୨୧୫ରେ ବ୍ରିଟେନ୍‌ରେ ପ୍ରଚଳିତ ହୋଇଥିଲା ମାଗ୍ନାକାର୍ଟା। ଏହି ମାଗ୍ନାକାର୍ଟା ହେଉଛି ବ୍ୟକ୍ତିର ସ୍ବାଧୀନତା ଓ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଶାସନ ସନନ୍ଦ। ମାନବିକ ଅଧିକାରକୁ ନେଇ ଆଉ ଦୁଇ ଗୋଟି ମାଇଲ ଖୁଣ୍ଟ ମଧ୍ୟ ରହିଛି। ୧୭୭୬ର ଆମେରିକୀୟ ସ୍ବାଧୀନତା ଘୋଷଣାନାମା ଏବଂ ୧୭୮୯ରେ ଫ୍ରାନ୍ସର ବ୍ୟବସ୍ଥାପକ ସଭା ଦ୍ୱାରା ଗୃହୀତ, ମାନବ ଓ ନାଗରିକ ଅଧିକାର ଘୋଷଣାନାମା। ୧୯୪୮ ଡିସେମ୍ବର ୧୦ରେ ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ସାର୍ବଜନୀନ ମାନବ ଅଧିକାର ଘୋଷଣାନାମାରେ ପ୍ରସ୍ତାବନା ଓ ୩୦ ଗୋଟି ଧାରା ଅଛି। ଅନେକ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ଏଥିରେ ଲିପିବଦ୍ଧ ହୋଇଛି। ପାଠକମାନଙ୍କ ପାଇଁ କେତେକ ଅଧିକାରକୁ ସବିଶେଷ ବର୍ଣ୍ଣନା କରାଯାଉଛି। ପ୍ରତି ମଣିଷଙ୍କ ଜୀବନଧାରଣ ଅଧିକାର ଅଛି, ଏହାକୁ କେହି କାହାଠାରୁ ହରଣ କରିପାରିବେ ନାହିଁ। ପୁନଶ୍ଚ ପ୍ରତ୍ୟେକ ବ୍ୟକ୍ତି ସ୍ବାଧୀନ ଭାବରେ ଓ ନିରାପତ୍ତାରେ ଜୀବନ ଧାରଣ କରିପାରିବ। ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। କାହାକୁ ଜୋର୍‌ ଜବରଦସ୍ତ ବା ବଳପୂର୍ବକ ଦାସ ବା ଗୋଲାମ କରାଯାଇ ପାରିବ ନାହିଁ। ବଳ ପ୍ରୟୋଗ କରି କାହାକୁ ବେଠି ଓ ବେଗାରିରେ ରଖାଯିବ ନାହିଁ। ଅତ୍ୟାଚାରିତ, ଦଣ୍ଡିତ ଓ ଅପମାନିତ ନ ହେବା ଅଧିକାର ମଣିଷ ପାଇଛି। ଅର୍ଥାତ୍‌ କେହି ଉତ୍ପୀଡ଼ନ, ବର୍ବର ତଥା ଅମାନୁଷିକ ବ୍ୟବହାର ଓ ଦଣ୍ଡବିଧାନର ଶିକାର ହୋଇ ପାରିବ ନାହିଁ।
ଆଇନ ସମସ୍ତଙ୍କ ପାଇଁ ସମାନ। ଏହାର ଅର୍ଥ ହେଉଛି ଯେ ବ୍ୟକ୍ତି ସବୁସ୍ଥାନରେ ଆଇନ ଆଖିରେ ସମାନ ଓ ବ୍ୟକ୍ତିଟିଏ ହୋଇ ବିବେଚିତ ହେବେ। ବ୍ୟକ୍ତିଙ୍କୁ ବେଆଇନ ଗିରଫ ଓ ନିର୍ବାସନରୁ ମୁକ୍ତି ପାଇବା ଅଧିକାର ପ୍ରଦାନ କରାଯାଇଛି। ଏହାଛଡ଼ା ଦୋଷୀ ସାବ୍ୟସ୍ତ ନ ହେବାଯାଏ ନିର୍ଦ୍ଦୋଷ ହେବା ଅଧିକାର ମଧ୍ୟ ରହିଛି। ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନ୍ୟାୟାଳୟକୁ ଯାଇପାରିବେ ଓ ତାଙ୍କ ମକଦ୍ଦମାର ଖୋଲା ଶୁଣାଣି ହେବ। ସ୍ବାଧୀନ ବିଚରଣ ଓ ବାସସ୍ଥାନ ଅଧିକାର ସମସ୍ତେ ଉପଭୋଗ କରିପାରିବେ। ପ୍ରତ୍ୟେକ ବ୍ୟକ୍ତି ନିଜ ଦେଶରେ ଯେକୌଣସି ସ୍ଥାନକୁ ନିର୍ବିଘ୍ନରେ ଯାଇପାରିବେ ଓ ଯେ କୌଣସି ସ୍ଥାନରେ ବାସ କରିପାରିବେ। ବ୍ୟକ୍ତିକୁ ମଧ୍ୟ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଦିଆଯାଇଛି।
ଜାତୀୟତା ଅଧିକାର ପ୍ରଦାନ ପରିପ୍ରେକ୍ଷୀରେ କୁହାଯାଇଛି ଯେ, କୌଣସି ବ୍ୟକ୍ତିଙ୍କୁ ତାଙ୍କର ଜାତୀୟତା ବଦଳେଇବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ତାଙ୍କର ଜାତୀୟତା ବଦଳେଇବାକୁ ଚାହିଁଲେ ତାଙ୍କୁ ଜୋର୍‌ କରି ବାରଣ କରାଯିବ ନାହିଁ। ଅନ୍ୟପକ୍ଷରେ ନିଜ ଦେଶରେ ଅତ୍ୟାଚାର, ନିର୍ଯାତନା ଓ କୁଶାସନରୁ ମୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତି ଅନ୍ୟ ଦେଶରେ ଆଶ୍ରୟ ନେଇପାରିବେ। ବୈବାହିକ ଜୀବନ ଅଧିକାର କ୍ଷେତ୍ରରେ କୁହାଯାଇଛି ଯେ, ପୁରୁଷ ଓ ସ୍ତ୍ରୀଙ୍କୁ ନିଜ ଇଚ୍ଛାରେ ବିବାହ କରିବାକୁ ଅନୁମତି ଦିଆଯାଇଛି ଏବଂ ସେହିପରି ବିବାହ ବନ୍ଧନ ତୁଟାଇବା ପାଇଁ ସେମାନଙ୍କର ସମାନ ଅଧିକାର ରହିବ। ପ୍ରତ୍ୟେକ ବ୍ୟକ୍ତି ସମ୍ପତ୍ତି ଅର୍ଜନ କରିବାର ଅଧିକାର ରହିବ। ବଳ ପୂର୍ବକ କାହାଠାରୁ ସମ୍ପତ୍ତି ଛଡ଼ାଇ ନିଆଯାଇ ପାରିବ ନାହିଁ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିନ୍ତା, ବିବେକ ଓ ଧର୍ମ ଅଧିକାର ପ୍ରଦାନ କରାଯାଇଛି। କୌଣସି ଧର୍ମଗ୍ରହଣ କରିବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ମଧ୍ୟ ସ୍ବାଧୀନ ଭାବରେ ମତ ପୋଷଣ କରିପାରିବେ ଓ ସ୍ବାଧୀନ ଭାବରେ ନିଜର ମତାମତ ଦେଇପାରିବେ। ଏତଦ୍‌ ବ୍ୟତୀତ ବ୍ୟକ୍ତି ଶାନ୍ତିପୂର୍ଣ୍ଣ ଭାବେ ଏକତ୍ର ହେବା ଓ ସଂଘ ଗଠନ କରିବା, ରାଜନୀତିରେ ଅଂଶ ଗ୍ରହଣ କରିବା, ସାମାଜିକ ନିରାପତ୍ତା, କାର୍ଯ୍ୟକରିବା, ଅବସର ଓ ବିଶ୍ରାମ ନେବା, ଶିକ୍ଷା, ସାସ୍ଥ୍ୟ ଓ ସମ୍ବୃଦ୍ଧି ଏବଂ ସାଂସ୍କୃତିକ ଜୀବନରେ ଅଂଶ ଗ୍ରହଣ ଅଧିକାରଗୁଡ଼ିକ ଉପଭୋଗ କରନ୍ତି। ଏ ସମସ୍ତ ହେଉଛି ସାର୍ବଜନୀନ ମାନବ ଅଧିକାର ଘୋଷଣାନାମା।
ଊଣାଅଧିକେ ପ୍ରତ୍ୟେକ ଦେଶର ସମ୍ବିଧାନରେ ଏହି ଘୋଷଣାନାମାରେ ଥିବା କେତେକ ମୂଲ୍ୟବାନ୍‌ ଅଧିକାର ସ୍ଥାନ ପାଇଛି। ମାନବ ଅଧିକାରକୁ ସମ୍ମାନ ଜଣାଇ ବିଭିନ୍ନ ଦେଶ ଆବଶ୍ୟକୀୟ ଆଇନ ପ୍ରଣୟନ କରିଛନ୍ତି। ଅନେକ ଦେଶରେ ମାନବ ଆୟୋଗ ମଧ୍ୟ ଗଠିତ ହୋଇଛି। ଲୋକମାନେ କିପରି ମାନବ ଅଧିକାରରୁ ବଞ୍ଚତ୍ତ ନ ହେବେ, ତାହା ଦେଖିବା ହେଉଛି ଏହିସବୁ ଆୟୋଗର ମୂଳ ଲକ୍ଷ୍ୟ ଓ କାର୍ଯ୍ୟ। ମାନବ ଅଧିକାର ସାର୍ବଜନୀନ। ମାନବ ଅଧିକାର ବିଷୟରେ ସଚେତନତା ବଢ଼ିଛି, କିନ୍ତୁ ଏହାର ଯେତିକି ଉଲ୍ଲଂଘନ ହେଉଛି ତାହା ଗଭୀର ଚିନ୍ତାର ବିଷୟ। ମହିଳା ଓ ଶିଶୁମାନଙ୍କର ମାନବିକ ଅଧିକାର ବେଶୀ ବିପଦଗ୍ରସ୍ତ। ସନ୍ତ୍ରାସବାଦ, ସାମ୍ପ୍ରଦାୟିକତାବାଦ ଓ ମୌଳବାଦ ବିଭିନ୍ନ ଦେଶରେ ମାନବ ଅଧିକାରକୁ ନଷ୍ଟ କରୁଛି।

  • ପ୍ର. ବିଜୟ କୁମାର ଜେନା
    ଶାମୁକା ସାହି, ରଣପୁର ନୟାଗଡ଼
    ମୋ:୯୯୩୭୪୮୬୧୮୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩...

ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ।...

ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି।...

Dillip Cherian

ଯୋଗୀଙ୍କ ସଙ୍କେତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି।...

ମହଙ୍ଗା ମାଡ଼

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ଥାଏ,...

ପ୍ରକୃତି ଓ ମାନସିକ ସ୍ବାସ୍ଥ୍ୟ

ଏକ ସୁସ୍ଥ ଓ ସମୃଦ୍ଧ ଜୀବନଧାରଣ ଲାଗି ମଣିଷ ପ୍ରକୃତି ଏବଂ ଏହାର ବିଭେଦତା ଉପରେ ଏକାନ୍ତ ନିର୍ଭରଶୀଳ। ବୃକ୍ଷଲତା, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି କୀଟପତଙ୍ଗ...

ଶ୍ରେଷ୍ଠ ନୀତି ସାମାଜିକ ନ୍ୟାୟ

ବର୍ତ୍ତମାନର ବିପଦପୂର୍ଣ୍ଣ ତଥା ଅନିଶ୍ଚିତ ସମୟରେ ଯେ କେହି ନିରାଶାବାଦୀ ହେବା ସ୍ବାଭାବିକ। ବିଶ୍ୱରେ ଅସ୍ଥିରତା ବଢ଼ିବାରେ ଲାଗିଛି । ପ୍ରତିଦିନ ଆମ ଦେଖିବାରେ ସଂଘର୍ଷ...

ଏଇ ଭାରତରେ

ଚିକେନ ସେଣ୍ଟରରୁ ବାହାରୁଥିବା ପର ଓ ବର୍ଜ୍ୟରୁ ଉଲ ଭଳି ସୂତା ପ୍ରସ୍ତୁତ କରୁଛନ୍ତି ରାଜସ୍ଥାନର ରାଧେଶ ଅଗରହାରି। କେବଳ ଏତିକି ନୁହେଁ ଏହି ବର୍ଜ୍ୟରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri