କଂଗ୍ରେସର ବନ୍ଦ ଡାକରା, କୋରାପୁଟରେ ଜନଜୀବନ ପ୍ରଭାବିତ

କୋରାପୁଟ,୧୫।୨(ସ୍ବ.ପ୍ର.): ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଯୋଗୁ ସୋମବାର କୋରାପୁଟ ଜିଲାରେ ଜନଜୀବନ ପ୍ରଭାବିତ ହୋଇଛି। ସହରର ଟ୍ରାଫିକ ଛକଠାରେ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ୨୬ ନଂ ଜାତୀୟ ରାଜପଥ ଅବରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏହି ଧାରଣାରେ ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, କଂଗ୍ରେସ ଜିଲା କାର୍ଯ୍ୟକାରୀ କମିଟିର ସଭାପତି ରୂପକ ତୁରୁକ,ବାବୁଲା ବେନ୍ୟାଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ।

Share