ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତିସ୍ତରରେ ସମିତି ସଭ୍ୟ ଓ ଜିଲାସ୍ତରରେ ଜିଲାପରିଷଦ ସଭ୍ୟ ମନୋନୀତ ହୋଇ ଶାସନ ଭାର ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଅର୍ପଣ କରାଯାଇଛି। ଯାଜପୁର ବ୍ଲକର ୧୮ ପଞ୍ଚାୟତ, ଦଶରଥପୁର ବ୍ଲକର ୨୦ ଓ ଯାଜପୁର ପୌର ପରିଷଦକୁ ନେଇ ଯାଜପୁର ବିଧାନସଭା କ୍ଷେତ୍ର ଗଠିତ। ଏଠାରେ ୪ ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ଯାଜପୁର ଜିଲା ସଦର ବ୍ଲକରେ ସଚେତନ ଭୋଟର ମାଟିର ଦକ୍ଷ ନେତାକୁ ବାଛିବାକୁ ଅଣ୍ଟା ଭିଡିଛନ୍ତି । ହେଲେ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଭାଜପା ଓ କଂଗ୍ରେସର ପ୍ରଦର୍ଶନକୁ ଦେଖିଲେ ଏବେ ବି ଜନମତ ସ୍ଥିର ରହିଥିବା ସଙ୍କେତ ମିଳୁଛି। ବିଜେଡିର ଭୋଟ ହାର ବୃଦ୍ଧି ପାଇଥିବାବେଳେ ଭାଜପାର ଭୋଟ ହାର ସ୍ଥିର ଏବଂ କଂଗ୍ରେସର ଭୋଟ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ବ୍ୟବସ୍ଥା ଅନୁଯାୟୀ ଜିଲା ପରିଷଦସଭ୍ୟମାନେ ଦଳର ଆଶ୍ରିତ ହୋଇଥିବାବେଳେ ଅନ୍ୟମାନେ ଦଳର ଆଶ୍ରିତ ନୁହନ୍ତି । କିନ୍ତୁ ପ୍ରକୃତପକ୍ଷେ ସରପଞ୍ଚ ଓ ସମିତିସଭ୍ୟବୃନ୍ଦ ଦଳୀୟ ସମର୍ଥତ୍ତ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଏହି କ୍ରମରେ ଚଳିତ ନିର୍ବାଚନରେ ଜିଲାପରିଷଦକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଜିଲା ପରିଷଦ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ବୈଧ ତାଲିକା ପ୍ରକାଶ ପାଇବ। ତେବେ ବିଜେଡିର ଦୁର୍ଗ କୁହାଯାଉଥିବା ଯାଜପୁର ବ୍ଲକରେ ପ୍ରଚାର ପାଇଁ ରଣନୀତି ଜୋର ଧରିଛି । ସ୍ଥାନୀୟ ବିଧାୟକ ତଥା ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ପାଇଁ ଏହି ନିର୍ବାଚନର ଫଳାଫଳ ସମ୍ମାନର ପ୍ରଶ୍ନ ହେବ । ଏହି ବ୍ଲକରେ ୨୬ଟି ପଞ୍ଚାୟତ ରହିଛି । ସେଥିରୁ ୮ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାବେଳେ ୧୮ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହୁଛି । ଯାଜପୁର ବ୍ଲକର ୨୯ ନମ୍ବର ଜୋନ୍‌ରେ ବିଜେଡିର ପ୍ରେମାନନ୍ଦ ଜେନା, ଭାଜପାର ଭାସ୍କର ଚନ୍ଦ୍ର ଜେନା ଓ କଂଗ୍ରେସର ଜଗନ କେତକୀ, ୩୦ ନମ୍ବର ଜୋନରେ ବିଜେଡିର ସୁନୀତା ରାଉତ, ଭାଜପାର ସୁଲୋଚନା ପୁହାଣ, କଂଗ୍ରେସର ଲିଜାରାଣୀ ପଣ୍ଡା ଓ ଏସ୍‌ୟୁସିଆଇ(କ)ର ସୁଲୋଚନା ପ୍ରଧାନ, ୩୧ ନମ୍ବର ଜୋନ୍‌ରେ ବିଜେଡିର ବିନୋଦ କୁମାର ମାଝି, ଭାଜପାର କାହ୍ନୁଚରଣ ଜେନା ଓ କଂଗ୍ରେସର ପରମାନନ୍ଦ ଦଲେଇ,୩୨ ନମ୍ବର ଜୋନ୍‌ ପାଇଁ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ, କଂଗ୍ରେସର ଅନସୂୟା ବିଶ୍ୱାଳ ଓ ଭାଜପାର କାଦମ୍ବିନୀ ବରାଳ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ପଞ୍ଚାୟତ ସମିତିର ଫଳାଫଳ ରାଜନୈତିକ ଦଳଗୁଡିକର ଭାଗ୍ୟ ନିର୍ଦ୍ଧାରଣ କରିବ। ବିଜେଡିର ଗଡ଼ ଭାବେ ପରିଚିତ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୭ରୁ ଭାଜପା ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଛି। ଏଠାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଯଥାକ୍ରମେ ୩୫.୨୧% ଓ ୩୫.୬୮% ଭୋଟରେ ସୀମିତ ରହିଛି। ଅନ୍ୟପକ୍ଷେ ବିଜେଡି ପଞ୍ଚାୟତ ନିର୍ବାଚନରେ ୫୫.୬୫% ଓ ୨୦୧୯ ସାଧାରଣ ନିର୍ବାଚନରେ ୬୦.୨୪% ଭୋଟ ପାଇ ବିଜୟୀ ହୋଇଛି। ତେଣୁ ବିଜେଡିକୁ ଅତିକ୍ରମ କରିବାକୁ ଭାଜପାକୁ ବହୁ ପରିଶ୍ରମ କରିବାକୁ ପଡିବ ବୋଲି ମତପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ ଦାସ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ନେବା ପରେ ବିଜେଡିର ଭୋଟହାର କ୍ରମଶଃ ବୃଦ୍ଧି ଘଟିଛି । ଏଠାରେ ତାଙ୍କର ଲୋକପ୍ରିୟତା ବହୁ ଉଚ୍ଚରେ ରହିଛି। ତେଣୁ ଏହାକୁ ରୋକିବାକୁ ଭାଜପା ଓ କଂଗ୍ରେସ ଅଘୋଷିତ ମେଣ୍ଟ ହୋଇ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ନବୀନଙ୍କ ସ୍ବଚ୍ଛ ଶାସନ, କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ବିଜୟୀ ହେବାକୁ ଆଶା ରଖିଛି । ଭାଜପା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ସହ ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜିଲା ପ୍ରତି ଅବହେଳା, ସ୍ଥାନୀୟ ସମସ୍ୟା, ନଗଡ଼ାରେ ଶିଶୁମୃତ୍ୟୁ, ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି । ତେବେ ବାସ୍ତବରେ ଭାଜପା କେବଳ କାଗଜପତ୍ରରେ ନିଜର ବଳ ପ୍ରୟୋଗ କରୁଛି। ଭୋଟ ସଂଖ୍ୟା ବଢେଇବାକୁ ଆବଶ୍ୟକ ଶକ୍ତି ସଂଗ୍ରହ କରି ପାରୁ ନ ଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଜନମତକୁ କଂଗ୍ରେସ ନିଜ ସପକ୍ଷରେ ନେବାକୁ ନିଜର ଶକ୍ତି ହରାଇ ବସିଥିବା ଜିଲାରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri