କାମରେ ଲାଗୁନି ପବ୍ଲିକ ପାର୍କ

ଚମ୍ପୁଆ,୧୩ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ ସହର ଉନ୍ନୟନ ବିଭାଗ ଦ୍ୱାରା ପବ୍ଲିକ ପାର୍କ ନିର୍ମାଣ ହୋଇଥିଲା। ନିର୍ମାଣ କାର୍ଯ୍ୟ ପ୍ରାୟ ୬ ମାସ ପୂର୍ବେ ଶେଷ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଟକରୁ ତାଲା ଖୋଲାଯାଉ ନ ଥିବାରୁ ସେଥିରେ କଳଙ୍କି ଲାଗିଗଲାଣି।
ସୂଚନା ଅନୁଯାୟୀ, ୧୩ ଗୋଟି ୱାର୍ଡ ପାଇଁ ଏନ୍‌ଏ୍‌ସି ପକ୍ଷରୁ ୨୫ ଲକ୍ଷ୍ୟ ବ୍ୟୟ ଅଟକଳରେ ୭ ଗୋଟି ପବ୍ଲିକ ପାର୍କ ନିର୍ମାଣ କରାଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାୟ ସବୁ ପାର୍କରେ ଲାଗିସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଖୋଲୁନାହିଁ। କେତେକେ ସ୍ଥାନରେ ନିର୍ମାଣର କିଛିଦିନ ପରେ ପାଚେରି ଗଡ଼ିଯାଇଥିଲେ ମଧ୍ୟ ତାହାର ପୁନରୁଦ୍ଧାର କରାଯାଇ ନ ଥିବାରୁ ପାର୍କ ମଧ୍ୟରେ ପଡ଼ିଥିବା ପେଭର ବ୍ଲକ୍‌ ଉପରେ ଘାସ ମାଡ଼ିଗଲାଣି। ଏପରିକି ପାର୍କ ମଧ୍ୟରେ ବଣବୁଦା ହୋଇଗଲାଣି। ଏ ପଟେ ୱାର୍ଡବାସୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉଥିବା ଏନଏସି ବିଭାଗ କେଉଁ କାରଣ ପାଇଁ ଏହା ଖୋଲୁନାହିଁ ତାହା ୱାର୍ଡବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସିଏମ୍‌ଏମ୍‌ ଅନନ୍ତ ଚରଣ ସାହୁ କହିଛନ୍ତି, ଏହା ଖୋଲିବା ପାଇଁ ଆମେ ଇଓଆଇ ବାହାର କରିଛୁ। ଏହା ମିଶନ ଶକ୍ତି ଗ୍ରୁପକୁ ଦିଆଯିବା ସହ ମାସିକ ରକ୍ଷଣା ବେକ୍ଷଣ ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯିବ। ଖୁବ୍‌ ଶୀଘ୍ର ଏହା ୱାର୍ଡବାସୀଙ୍କ କାମରେ ଆସିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି...

ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ,୧୪ା୧(ଅଜିତ୍‌ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା...

ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର...

ମାସକୁ ମିଳିବ ୨୦ ହଜାର

ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ...

କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ...

କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର

ଲାଞ୍ଜିଗଡ଼,୧୩ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଆରାଧ୍ୟ ଭୈରବ ପୀଠରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ସୋମବାର ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା...

ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri