Categories: ଜାତୀୟ

ସର୍ବସାଧାରଣ ସମ୍ପତ୍ତି କ୍ଷତି ଆନ୍ଦୋଳନକାରୀଙ୍କଠାରୁ ଭରଣା ହେବ, ଆଇନ କମିଶନଙ୍କ ସୁପାରିସ

ନୂଆଦିଲ୍ଲୀ,୫।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ ଅନୁରୂପ ପରିମାଣର ଜରିମାନା ଲଗାଇବାକୁ କୁହାଯାଇଛି।

ସର୍ବସାଧାରଣ ସମ୍ପତ୍ତି କ୍ଷତି ପାଇଁ ଦାୟୀ ବ୍ୟକ୍ତିବିଶେଷ କିମ୍ବା ସଂଗଠନ ଉପରେ ଉକ୍ତ ଜରିମାନା ଲାଗୁ ହେବ। ଜାମିନ ସର୍ତ୍ତାବଳୀରେ ଏହା ରହିବ ବୋଲି ଆଇନ କମିଶନ କହିଛନ୍ତି। ବିରୋଧୀ ଦଳ ଏବଂ ଅଧିକାରୀ ସଂଗଠନଗୁଡ଼ିକ ଜାତୀୟ ରାଜଧାନୀରେ ବାରମ୍ବାର ରାସ୍ତା ଅବରୋଧ କରୁଥିବାରୁ ଏହାକୁ ରୋକିବା ଦିଗରେ କମିଶନଙ୍କ ସୁପାରିସ୍‌ ଉଲ୍ଲେଖନୀୟ।

Share