କେନ୍ଦୁଝର,୫।୩(ସ୍ବ.ପ୍ର.) ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀକୁ ଲୋକସେବା ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ l ଏନେଇ ପ୍ରଶାସନ ପକ୍ଷରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମକୁ ଆଡମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତି କରାଯାଇଥିଲା। ହେଲେ ଏଥିରେ ବହୁ ଜନପ୍ରତିନିଧି ଅନୁପସ୍ଥିତ ରହିବା ଫଳରେ କାର୍ଯ୍ୟକ୍ରମ ଫିକା ପଡ଼ିଥିଲା।
୨୫ ପଞ୍ଚାୟତରୁ ମାତ୍ର ୪/୫ଟି ପଞ୍ଚାୟତର ସରପଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡିଛି। ତେବେ ଶାସକ ଦଳର ନିର୍ବାଚିତ ପ୍ରତିନିଧି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l ବ୍ଲକର କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ନା ଅନୁପସ୍ଥିତି ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡି ନାହିଁ। ଏ ନେଇ ବିଡିଓଙ୍କୁ ପଚାରିବାରୁ ସମସ୍ତଙ୍କୁ ଆଗୁଆ ନିମନ୍ତ୍ରଣ କରାଯାଇଥିଲା। ତେବେ କାହିଁକି ଆସିନାହାନ୍ତି ତାହା ଜଣାପଡି ନାହିଁ।