ଜନପ୍ରତିନିଧି, ସରକାରୀ କର୍ମଚାରୀ ଦେବେ ସମ୍ପତ୍ତି ତାଲିକା

ଭୁବନେଶ୍ୱର,୨୮।୧୨(ବୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବଚ୍ଛତାକୁ ଗୁରତ୍ୱ ଦେଇ ଆସିଛନ୍ତି। ଦୁର୍ନୀତି ବିରୋଧୀ ସ୍ବରକୁ ଆହୁରି ଶାଣିତ କରିବାକୁ ସମସ୍ତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଦେବା ବାଧ୍ୟତା ମୂଳକ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ରାଜନେତା, ସରକାରୀ କର୍ମଚାରୀ ପ୍ରତିବର୍ଷ ନିଜର ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲା ପରିଷଦ ସଭାପତି, ଉପସଭାପତି, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ କରିଛି।

Share