ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ସର୍ବସାଧାରଣ ଶୌଚାଳୟ, ନିମ୍ନମାନର କାର୍ଯ୍ୟ ନେଇ…

ଗଞ୍ଜାମ,୧୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସାନବଜାର ଓ ତ୍ରିବେଣୀ ମଠ ଛକଠାରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନାରେ ସର୍ବସାଧାରଣ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ବ୍ୟୟ ଅଟକଳ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ପୂର୍ବରୁ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।  ନିମ୍ନମାନର ପ୍ଲାଷ୍ଟିକ କବାଟ ଯୋଗୁ ଏଭଳି ଅବସ୍ଥା ହୋଇଥିବା ଆଲୋଚନା ହେଉଛି। ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀଙ୍କ ନାମରେ କାମ ଆଣି ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ପୁରୁଣା ଜିନିଷ ଲଗାଇ ମାଲାମାଲ ହେଉଛନ୍ତି ଠିକାଦାର। ଏନ୍‌ଏସି ପ୍ରଶାସନ ଏବଂ ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଏଭଳି ସହରରେ ଅନେକ କାର୍ଯ୍ୟ ହେଉଥିଲେ ମଧ୍ୟ କୌଣସି ତଦନ୍ତ ହେଉ ନ ଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ନ ବାଣ୍ଟି ଡମ୍ପିଂୟାର୍ଡରେ କିଏ ଫିଙ୍ଗିଲା ସ୍କୁଲ ଡ୍ରେସ୍‌ ଆଉ ଜୋତା? ତଦନ୍ତ ଦାବି କରି…

କୋରାପୁଟ,୧୭ା୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ,...

ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା

ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା...

ଗୀତ ଅଧାରୁ ଷ୍ଟେଜ୍‌ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା

କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା...

ଭାବିଥିଲେ ଆଜି କରିଦେବେ ମାସଟା ଯାକକ ବେପାର ହେଲେ ରାସ୍ତାରେ ଜଗିଥିଲା ଯମ …

ଜଗତସିଂହପୁର,୧୭।୧୧: ଆଜି ଝାଡ଼ ଖାଇ ପ୍ରତିଟି  ଆମିଷ ବେପାରୀ ଭାବିଥାନ୍ତି ତାଙ୍କ ମାସଟା ଯାକର ବେପାର  ଆଜି କରିବାକୁ । ହେଲେ ସକାଳୁ ସକାଳୁ ମାଛ...

ଚାଲି ଚାଲି ଯାଉଥିଲେ, ଯୁବକଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

ବସ୍ତା,୧୭।୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ...

ପିକ୍‌ନିକ୍‌ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍‌; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ

ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍‌ନିକ୍‌ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍‌ ଓଲଟି...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଭବାନୀପାଟଣା ସଦର ବିଧାୟକ

ଥୁଆମୂଳ ରାମପୁର,୧୭।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜିଲାର...

ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ: ଜିଲାପାଳ

ଭଦ୍ରକ,୧୭।୧୧(ସନାତନ ରାଉତ): ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ କିଛି ନାହିଁ ବୋଲି ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ କହିଛନ୍ତି। ଭଦ୍ରକ ସହର ମନମୋହନ ସଙ୍ଗୀତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri