ଆରଡ଼ି,୨।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଶନିବାର ସନ୍ଧ୍ୟାଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ସାଧାରଣ ଦର୍ଶନ ଉପରେ ଅଙ୍କୁଶ ଲଗାଯାଇଛି। କେବଳ ସେବାୟତମାନେ ଯଥାବିଧି ମନ୍ଦିର ପ୍ରବେଶ କରିବା ସହ ପୂଜାର୍ଚ୍ଚନା କରି ପାରିବେ ବୋଲି ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲ ସୂଚନା ଦେଇଛନ୍ତି ।