Categories: ଜାତୀୟ

ଜନସାଧାରଣ ଚାହୁଁଛନ୍ତି ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ, ଲୋକ ସଭା ବାଚସ୍ପତି…

ନୂଆଦିଲ୍ଲୀ,୨୦।୭ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ମୁଦ୍ରାସ୍ଫୀତି ଏବଂ ଜିଏସଟି ପ୍ରସଙ୍ଗରେ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ଏମ୍‌ ପି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଆରଏସ ଏମ୍‌ପି ମିଳିତ ଭାବେ ବିରୋଧ କରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଯେ ଜଣେ ସାଧାରଣ ପ୍ରତିନିଧି ଭାବରେ ଏଭଳି ପ୍ରସଙ୍ଗ ଉଠାଇବା ଆମର କର୍ତ୍ତବ୍ୟ। ଭାଜପା ସରକାର ୧୪୦ କୋଟି ଲୋକଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି।

ସେଥିପାଇଁ ଆମେ ବିରୋଧ କରୁଛୁ। ସମସ୍ତ ରାଜ୍ୟରେ ଏଭଳି ବିରୋଧ କରିବୁ। ଜିଏସଟି ନ ଫେରିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରଖିବୁ। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ମୁଁ ସେହି ସଦସ୍ୟମାନଙ୍କୁ କହିବାକୁ ଚାହୁଁଛି ଯେଉଁମାନେ ସ୍ଲୋଗାନ ଦେଉଛନ୍ତି। ସେମାନେ ସଂସଦରେ ଆସି ଆଲୋଚନାରେ ଅଂଶଗ୍ରହଣ କରନ୍ତୁ। ଦେଶର ଜନସାଧାରଣ ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ ବୋଲି ଚାହୁଁଛନ୍ତି। ତେଣୁ ଅଯଥାରେ ବାହାରେ ବିରୋଧ ନ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏମ୍‌ପିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Share