ପ୍ରକାଶ ପାଇଲା ଯୁକ୍ତ ୨ କଳା, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ: ୯୮.୫୮% ପାସ ହାର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରୀଛାତ୍ରମାନେ orissaresults.nic.inରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ କଳାରେ ରେଗୁଲାର ପାସ ହାର ୯୮.୫୮% ରହିଛି। ମୋଟ ୧,୮୯,୩୬୩ ଜଣ ରେଗୁଲାର ଛାତ୍ରୀଛାତ୍ରଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୮୬,୬୮୫ ଜଣ ପାସ କରିଛନ୍ତି। ସେହିପରି ଏକ୍ସ-ରେଗୁଲାରେ ୨୬,୧୮୯ ଜଣଙ୍କ ମଧ୍ୟରୁ ୬,୯୪୩ ଜଣ ପାସ କରିଥିବା ବେଳେ କରେସପଣ୍ଡେନ୍ସ ୪,୫୨୯ ଜଣଙ୍କ ମଧ୍ୟରୁ ୩,୩୩୧ ଜଣ ପାସ କରିଛନ୍ତି।

ରେଗୁଲାର, ଏକ୍ସରେଗୁଲାର ଓ କରେସପଣ୍ଡେନ୍ସ୍ସରେ ମିଶି ମୋଟ ୨,୨୦,୦୮୧ଛାତ୍ରୀଛାତ୍ରଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୬,୯୫୯ ଜଣ ପାସ କରିଛନ୍ତି। ଅର୍ଥାତ ମୋଟ ପାସ ହାର ୮୯.୪୯% ରହିଛି।

୧,୧୨,୦୫୯ ଜଣ ଛାତ୍ରୀ ଓ ୮୪,୯୦୦ ଜଣ ଛାତ୍ର ପାସ କରିଛନ୍ତି।
ଛାତ୍ରୀଙ୍କ ପାସ ହାର ୯୨.୩୪% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୫.୯୮% ରହିଛି।

୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି। ୧,୧୯,୫୦୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬,୧୯୭ ଜଣ ଛାତ୍ରୀଛାତ୍ରଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୩୧ ଜଣ ପାସ କରିଛନ୍ତି। ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ ହାର ୮୬.୦୨% ରହିଛି।

୬,୧୯୭ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪,୯୨୦ ଜଣ ରେଗୁଲାର ଓ ୧,୨୭୭ ଜଣ ଏକ୍ସ-ରେଗୁଲାର ଥିଲେ। ରେଗୁଲାରରେ ୪,୮୭୯ ଜଣ ପାସ କରିଥିବା ବେଳେ ଏକ୍ସ-ରେଗୁଲାରରେ ୪୫୨ ଜଣ ପାସ କରିଛନ୍ତି।

ମୋଟ ୫,୩୩୧ ଜଣ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୬୧୪ ଜଣ ଛାତ୍ରୀ ଓ ୨,୭୧୭ ଜଣ ଛାତ୍ର ଅଛନ୍ତି। ଛାତ୍ରୀଙ୍କ ପାସ ହାର ୮୮.୪% ଥିବା ବେଳେ ଛାତ୍ରଙ୍କ ପାସ ହାର ୮୩.୮୫% ରହିଛି।

୧,୦୭୬ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧,୮୩୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨,୨୧୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।

Share