କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଇତିମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖି ଏହାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଏହାକୁ ନ ମାନିବେ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବାର ନିର୍ଦ୍ଦେଶକ ଜି. ଶ୍ରୀରାମୁଲୁ ଶନିବାର ରାତିରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଆଉ ଏହା ତତ୍କାଳ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି ।

Share