Categories: ଜାତୀୟ

ପୁଡୁଚେରୀ ବାଚସ୍ପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୨୧: ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୬ ବିଧାନସଭା ର୍ନିବାଚନରେ ସିଭାକୋଲୁନ୍ଧୁ ଲସ୍‌ପେଟ ର୍ନିବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ବିଜୟୀ ହୋଇଥିଲେ। ସୂଚନା ଯୋଗ୍ୟ, ଏକାଧିକ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀ ବିଧାନସଭାର ଆସନ ସଂଖ୍ୟା ୨୬କୁ ଖସି ଆସିଥିଲା। କିନ୍ତୁ କଂଗ୍ରେସ ଓ ଡିଏମ୍‌କେ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରି ନ ଥିଲା। ଫଳରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ବାମୀ ଇସ୍ତଫା ଦେଇଥିଲେ। ଏହା ପରେ ଫୁଡୁଚେରୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇଛି।

Share