Categories: ଜାତୀୟ

୨୨ରେ ପୁଡୁଚେରୀ ସରକାରଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ, ୧୮।୨ : ପୁଡୁଚେରୀରେ କଂଗ୍ରେସ ସରକାର ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏ ନେଇ ଉପରାଜ୍ୟପାଳ ଟି. ସୁନ୍ଦରରାଜନ କହିଛନ୍ତି। ସରକାରୀ ଦଳ ନିକଟରେ ଏବେ ବହୁ ମତ ନ ଥିବା ବିରୋଧୀ ଭାଜପା ଉପରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା। ତେବେ ଉଭୟ ସରକାରୀ ଓ ବିରୋଧୀ ଦଳ ପାଖରେ ବହୁ ମତ ନ ଥିବାରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ। ହଠାତ୍‌ ବିଦା ହୋଇଥିବା କିରଣ ବେଦୀଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିଥିବା ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀଙ୍କୁ ବହୁ ମତ ସାବ୍ୟସ୍ତ କରିବାକୁ କହିଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ୫ଟାରେ ଭୋଟ ଗ୍ରହଣ କରାଯିବ।

Share