ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା: ଏଲିଅନଙ୍କ ସମ୍ପର୍କରେ ମିଳି ପାରିବନି ସୂଚନା !

ଆରେକିବୋ,୩ ।୧୨: ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଣ୍ଟେନା ଉପରେ ଟାୱାର ଓ କେବଲ୍ ପଡିଯିବା ଫଳରେ ଏହା ପାଖାପାଖି ୪୫୦ ଫୁଟ ତଳକୁ ପଡିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଛି । ଏହାପରେ ଏଲିଅନ ଓ ଆଣ୍ଟିରଏଡ୍ସ ଉପରେ ତଥ୍ୟ ଯୋଗାଉଥିବା ଅବଜରଭେଟୋରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ଏବେ ଆଉ ଏଲିଅନଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବ ନାହିଁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏହି ଆଣ୍ଟେନାକୁ ନେଇ ଜେମ୍ସ ବଣ୍ଡ ସିରିଜ୍‌ର ମୁଭି ଗୋଲଡେନ ଆଇର ଶୁଟିଂ କରାଯାଇଥିଲା । ରଏଟର୍ସର ଏକ ଖବର ଅନୁଯାୟୀ, ପ୍ଲୁଟୋ ରିକୋ ଆର୍ସିବୋ ଅବଜରଭେଟୋରୀରେ ଏହି ଆଣ୍ଟେନା ଲଗାଯାଇଥିଲା । ଏହି ଆଣ୍ଟେନା ମହାକାଶରୁ ଆସିଥିବା ବିପଦ ଓ ଏଲିଅନ ଦୁନିଆ ବିଷୟରେ ସାରା ବିଶ୍ୱର ବୈଜ୍ଞାନିକଙ୍କୁ ସୂଚନା ପ୍ରଦାନ କରୁଥିଲା ।

Share