Posted inଫୁରସତ

Viral Video: କିଛି ଏଭଳି ଭାବେ ପ୍ରସ୍ତୁତ ହେଉଛି ମୁଢ଼ି, ଭିଡିଓ ଦେଖିଲେ କହିବେ-‘ଖାଇବା ଛାଡ଼ିଦେବି’

ଖାଦ୍ୟରେ ମୁଢ଼ି ଅନେକଙ୍କୁ ପସନ୍ଦ। ଏହା କେବେ ସକାଳର ଜଳଖିଆ ପାଲଟେ ତ କେବେ ସନ୍ଧ୍ୟାର ଚଟପଟା ସ୍ନାକ୍ସ। ଗଳିକନ୍ଦିରେ ଝାଲମୁଢ଼ି ବିକ୍ରେତାଙ୍କ ପାଖରେ ଭିଡ ଜମେ। ସେହିଭଳି ଭୋଜିରେ ମୁଢ଼ି ମାଂସ ଅନେକଙ୍କୁ ପସନ୍ଦ ଥାଏ। ଦିନ ଥିଲା ମୁଢ଼ିକୁ ଘରେ ସ୍ବତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ କରାଯାଉଥିଲା। ହେଲେ ସମୟ ବଦଳିବା ସହ ବଦଳିଛି ଏହାର ପ୍ରସ୍ତୁତି ପ୍ରଣାଳୀ। ଅନେକ କମ୍ପାନୀ ଏବେ ମୁଢ଼ି ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅପରିଷ୍କାର ପରିବେଶ ମଧ୍ୟରେ ବସ୍ତା ବସ୍ତା ମୁଢ଼ି ପ୍ରସ୍ତୁତ ହେଉଥିବା ଦେଖାଯାଉଛି। ଭିଡିଓକୁ ଦେଖି ଲୋକେ ଚକିତ ହେଉଛନ୍ତି।

ଅନେକ ସମୟରେ ଅପରିଷ୍କାର ପରିବେଶରେ ଗୁପ୍‌ଚୁପ୍‌ ପ୍ରସ୍ତୁତ କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏବେ କିନ୍ତୁ ମୁଢ଼ିକୁ କିଭଳି ଭାବେ ପାଣିରେ ବତୁରାଯାଇ, ଶୁଖାଇ ପ୍ରସ୍ତୁତ କରାଯାଉଛି ତାହା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଭିଡିଓକୁ ଶେୟାର କରାଯିବା ପରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଆଉ କେବେହେଲେ ବଜାରରୁ ମୁଢ଼ି କିଣିବେ ନାହିଁ କିମ୍ବା ଖାଇବେ ନାହିଁ ବୋଲି କହୁଛନ୍ତି। ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri