ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ। ହେଲେ ଏବେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହି ବିବାହ ବେଶ ସ୍ବତନ୍ତ୍ର ହେବ। କାରଣ ବିବାହର ମୁକସାକ୍ଷୀ ରହିବେ ପୁଅ କୃଶିଭ୍‌।

ପୂଜା-କୁନାଲଙ୍କର ଗତ ବର୍ଷ ପୁଅ ହୋଇଥିଲା। ତାର ନାମ ସେ କୃଶିଭ୍‌ ରଖିଥିଲେ। ଏବେ ସେ ଏକ ବର୍ଷର। ଅଭିନେତ୍ରୀ ପୁଅଙ୍କ ପ୍ରତିକ୍ରିୟା ଦେଖିବାକୁ ଅପେକ୍ଷା କରିଥିବା କହିଛନ୍ତି।

ଗୋଆରେ ଉଭୟଙ୍କ ବିବାହ ହେବ। ନଭେମ୍ବର ୧୫ରେ ହେବାକୁ ଥିବା ଏହି ବିବାହରେ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ। ଏହାର କିଛି ସମୟ ପରେ ମୁମ୍ବାଇରେ ସେମାନେ ପାର୍ଟି ଦେବେ।

ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ଏହି କଳାକାର ୨୦୧୭ରେ ନିର୍ବନ୍ଧ କରିଥିଲେ। ଗତ ବର୍ଷ ନଭେମ୍ବରରେ ପୂଜା-କୁନାଲ ପାରମ୍ପରିକ ବିବାହ କରିଥାନ୍ତେ। ହେଲେ କରୋନା ଯୋଗୁ ତାହା ହୋଇପାରି ନ ଥିଲା। ଫଳରେ ସେମାନେ କୋର୍ଟରେ ବିବାହ କରିଥିଲେ।

Share