ଚନ୍ଦ୍ରୟାନ-୩ ର ସଫଳତା ପାଇଁ ପୂଜା

ଜୟପୁର, ୧୪।୭(ପବନ ପାଣିଗ୍ରାହୀ): ଜୟପୁର ଅରବିନ୍ଦନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଅନୀଲ କୁମାର ଶତପଥୀ ଚନ୍ଦ୍ରୟାନ-୩ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତ ଶିଶୁ ଚନ୍ଦ୍ରୟାନ-୩ର ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ଦେଖିଥିଲେ। ବିଜ୍ଞାନ ଗୁରୁମା ମୋନାଲିସା ଜେନା, ସ୍ବୀକୃତି ଦାଶ, ବବିତା ମହାରଣା, ମୋନାଲିସା ସାହୁ, ଶିବାନୀ ନାୟକଙ୍କ ତତ୍ତ୍ୱାବଧାନ ଓ ପଦ୍ମିନୀ ମହାପାତ୍ରଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ କରାଯାଇଛି।