Categories: ଖେଳ

ବଡ଼ ଉପଲବ୍ଧି ହାସଲ କଲେ ପୂଜାରା

ଢାକା,୨୩।୧୨: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ବଡ଼ ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ପୂଜାରା ତାଙ୍କ ଟେଷ୍ଟ କ୍ରିକେଟରେ ୭୦୦୦ ରନ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ପୂଜାରା ହେଉଛନ୍ତି ଅଷ୍ଟମ ଭାରତୀୟ ବ୍ୟାଟ୍ସମ୍ୟାନ।
ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଚେତେଶ୍ୱର ପୂଜାରା ଏକ ଚମତ୍କାର ଶତକ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସେ ମାତ୍ର ୨୪ ରନ୍‌ କରିଥିଲେ ମଧ୍ୟ ଟେଷ୍ଟ କ୍ରିକେଟରେ ୭୦୦୦ ରନ ପୂରଣ କରିଛନ୍ତି।

Share