ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍ରେ କେଏଲ ରାହୁଲ ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଅଧିନାୟକତ୍ୱ କରୁଛନ୍ତି। ରାହୁଲ ହେଉଛନ୍ତି ଭାରତର ୩୪ତମ ଟେଷ୍ଟ ଅଧିନାୟକ। ଭାରତୀୟ ଅଧିନାୟକ କେ.ଏଲ ରାହୁଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୩୬ ରନ୍ରେ ପ୍ରଥମ ଉଇକେଟ୍ ହରାଇଥିଲା। ମୟଙ୍କ ଅଗ୍ରଓ୍ବାଲ୍ ୩୬ ରନ୍ରେ ଆଉଟ୍ ହୋଇଥିଲେ। ପରେ ଚେତେଶ୍ୱର ପୂଜାରା ପୁଣି ନିରାଶ କରିଥିଲେ। ସେ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ।
ବିରାଟ କୋହଲିଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ସେ ଖେଳୁ ନାହାଁନ୍ତି। କୋହଲିଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ଦଳରେ ସାମିଲ କରାଯାଇଛି।