Posted inଖେଳ

ପୂଜାରା, ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୭ା୭(ପି.ଟି.):ଦୁଲୀପ୍‌ ଟ୍ରଫି ସେମିଫାଇନାଲରେ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଥିବା ବେଳେ ଅର୍ଦ୍ଧଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା ଓ ସୂର୍ଯ୍ୟକୁମାର ଯାଦବ। ଉଭୟଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ପଶ୍ଚିମାଞ୍ଚଳ ୩ ଉଇକେଟରେ ୧୪୯ ରନ୍‌ କରିବା ସହିତ ୨୪୧ ରନ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ପ୍ରଥମ ଇନିଂସରେ ୩ ରନ୍‌ର ଅଗ୍ରଣୀ ହାସଲ କରିଛି।
ନାଗ୍ବାସ୍ବାଲାଙ୍କୁ ୫ ଉଇକେଟ: ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପଶ୍ଚିମାଞ୍ଚଳ ୨୨୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଅତୀତ ସେଠ୍‌ ସର୍ବାଧିକ ୭୪ ରନ୍‌ କରିଥିବା ବେଳେ କେନ୍ଦ୍ରାଞ୍ଚଳ ପକ୍ଷରୁ ଶିବମ ମାଭି ୬ ଉଇକେଟ ନେଇଥିଲେ। ଜବାବରେ ଅର୍ଜନ ନାଗ୍ବାସ୍ବାଲାଙ୍କ ୫ ଉଇକେଟ ସଫଳତା ବଳରେ କେନ୍ଦ୍ରାଞ୍ଚଳ ୧୨୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ରିଙ୍କୁ ସିଂ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଧ୍ରୁବ୍‌ ଜୁରେଲ ୪୬ ରନ୍‌ କରିଥିଲେ। ଦଳର ୮ ଖେଳାଳି ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଅର୍ଜନ ୭୪ ରନ୍‌ରେ ୫ ଉଇକେଟ ନେଇଥିବା ବେଳେ ଅତୀତ ସେଠ୍‌ ୩ ଓ ଚିନ୍ତନ ଗଜା ୨ ଉଇକେଟ ନେଇଥିଲେ। ୯୨ ରନ୍‌ର ଅଗ୍ରଣୀ ହାସଲ କରିଥିବା ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ଦୃଢତାର ସହିତ ବ୍ୟାଟିଂ କରିଥିଲା। ପୃଥ୍ବୀ ଶ(୨୫) ଓ ପ୍ରିୟଙ୍କ ପାଞ୍ଚଲ(୧୫) ପ୍ରଥମ ଉଇକେଟରେ ୩୬ ରନ୍‌ ଯୋଡିଥିଲେ। ଉଭୟ ଓପନର ମାତ୍ର ୪ ରନ୍‌ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଚେତେଶ୍ୱର ପୂଜାରା(୫୦*) ଓ ସୂର୍ଯ୍ୟକୁମାର ଯାଦବ(୫୨) ଚତୁର୍ଥ ଉଇକେଟରେ ୯୫ ରନ୍‌ ଯୋଡିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୧୦୩ ବଲ୍‌ ଖେଳି ୫୦ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଅନ୍ୟତମ ବ୍ୟାଟର ସର୍ଫରାଜ ଖାଁ ୬ରନ୍‌ କରି ବ୍ୟାଟିଂ କରୁଛନ୍ତି। କେନ୍ଦ୍ରାଞ୍ଚଳ ପକ୍ଷରୁ ସୌରଭ କୁମାର ଦୁଇଟି ଓ ୟଶ ଠାକୁର ଗୋଟିଏ ଉଇକେଟ ନେଇଛନ୍ତି।
ଉତ୍ତରାଞ୍ଚଳ ୩ ରନ୍‌ରେ ଆଗୁଆ: ଦକ୍ଷିଣାଞ୍ଚଳ ବିପକ୍ଷ ଲୋ ସ୍କୋରିଂ ମ୍ୟାଚ୍‌ରେ ୩ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଉତ୍ତରାଞ୍ଚଳ। ଉତ୍ତରାଞ୍ଚଳର ୧୯୮ ରନ୍‌ ଜବାବରେ ମୟଙ୍କ ଅଗ୍ରଓ୍ବାଲଙ୍କ ୭୬ ଓ ତିଳକ ବର୍ମାଙ୍କ ୪୬ ରନ୍‌ ସତ୍ତ୍ୱେ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ମାତ୍ର ୧୯୫ ରନ୍‌ରେ ଅଲଆଉଟ ହୋଇ ୩ ରନ୍‌ ପଛରେ ରହିଥିଲା। ଦ୍ୱିତୀୟ ଇନିଂସରେ ଜୟନ୍ତ ଯାଦବ ଓ ବୈଭବ ଅରୋରା ୩ଟି ଲେଖାଏ ଉଇକେଟ ନେଇ ଦଳକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ। ମୟଙ୍କ ୧୧୫ ବଲ୍‌ ଖେଳି ୧୦ ଚୌକା ସହିତ ୭୬ ରନ୍‌ କରିଥିଲେ। ସେ ତିଳକ ବର୍ମାଙ୍କ ସହିତ ୧୧୦ ରନ୍‌ ଯୋଡିଥିବା ବେଳେ ୫୦ ରନରେ ଦଳର ଶେଷ ୫ ଉଇକେଟର ପତନ ଘଟିଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଉତ୍ତରାଞ୍ଚଳ ଦୁଇ ଉଇକେଟ ହରାଇ ୫୧ ରନ୍‌ ସଂଗ୍ରହ କରିଛି। ଧ୍ରୁବ ସୋରେ ୫ ଓ ପ୍ରଶାନ୍ତ ଚୋପ୍ରା ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ଅଙ୍କିତ କାଲସି ୨୧ ଓ ପ୍ରଭସିମରନ୍‌ ସିଂ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଦକ୍ଷିଣାଞ୍ଚଳ ପକ୍ଷରୁ ବିଜୟ କୁମାର ବୈଶାକ ଓ ବିଦ୍ୱାଥ କଭେରପ୍ପା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri