Posted inଖେଳ

ପୂଜାରାଙ୍କ ଶତକ: ଫାଇନାଲ ଦ୍ୱାରରେ ପଶ୍ଚିମାଞ୍ଚଳ

ଅଲୁର, ୮।୭: ଚେତେଶ୍ୱର ପୂଜାରାଙ୍କ ଶତକ ସହାୟତାରେ ପଶ୍ଚିମାଞ୍ଚଳ ଚଳିତ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ଦ୍ୱାରରେ ପହଞ୍ଚତ୍ ଯାଇଛି। କେନ୍ଦ୍ରାଞ୍ଚଳ ବିପକ୍ଷ ପ୍ରଥମ ସେମିଫାଇନାଲର ଶୁକ୍ରବାର ତୃତୀୟ ଦିବସ ଶେଷ ବେଳକୁ ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ୯ ଉଇକେଟ ହରାଇ ୨୯୨ ରନ ସ୍କୋର କରିଛି। ଶନିବାର ମ୍ୟାଚର ଅନ୍ତିମ ଦିବସ ହୋଇଥିବାବେଳେ ପଶ୍ଚିମାଞ୍ଚଳ ଗୋଟିଏ ଉଇକେଟ ବାକିଥାଇ ୩୮୪ ରନରେ ଅଗ୍ରଣୀଲାଭ କରିଛି। ପୂଜାରା ୨୭୮ଟି ବଲ୍‌ ଖେଳି ୧୪ ଚୌକା ଓ ୧ ଛକା ସହାୟତାରେ ୧୩୩ ରନକରି ରନ୍‌ଆଉଟ ହୋଇଛନ୍ତି। ତାଙ୍କ ଶତକୀୟ ଇନିଂସ ବଳରେ ପଶ୍ଚିମାଞ୍ଚଳ ନିଜର ସ୍ଥିତିକୁ ଦୃଢ଼ କରିଛି। ପଶ୍ଚିମାଞ୍ଚଳ ପ୍ରଥମ ଇନିଂସରେ ୨୨୦ ରନ କରିଥିବାବେଳେ କେନ୍ଦ୍ରାଞ୍ଚଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୮ ରନରେ ସମସ୍ତ ଉଇକେଟ ହରାଇଥିଲା। ପଶ୍ଚିମାଞ୍ଚଳ ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୪୯/୩ରୁ ଖେଳ ଆରମ୍ଭ କରି ପୂରା ଦିନ ବ୍ୟାଟିଂ କରିଥିଲା। ବର୍ଷା ଯୋଗୁ ଖେଳକୁ ଆଗୁଆ ବନ୍ଦ ରଖିବାକୁ ପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ୫୨ ଓ ହିତ୍‌ ପଟେଲ ୨୭ ରନ ସ୍କୋର କରିଥିଲେ। କେନ୍ଦ୍ରାଞ୍ଚଳ ବୋଲରଙ୍କ ମଧ୍ୟରେ ସୌରଭ କୁମାର ୪ଟି, ସାରାଂଶ ଜୈନ ୩ଟି ଓ ୟଶ୍‌ ଠାକୁର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି।...

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା...

ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ

ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍‌ ରାହୁଲ

ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri