ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି। ବୈପାରୀଗୁଡା ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ହୋଇଥିବା ଏହି ପୂଜାରିଗୁଡା ପଞ୍ଚାୟତର ଉକ୍ତ ଆସନରେ ୨ ଜଣ ଭାଗୀରଥି ମୁର୍ଜିଆ ଓ ପ୍ରଶାନ୍ତ ଗୁପ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଅନ୍ୟ କୌଣସି ରାଜନୈତିକ ଦଳ ସମର୍ଥତ୍ତ ପ୍ରାର୍ଥୀ ଅବା ସ୍ବାଧୀନ ପ୍ରାର୍ଥୀ ଛିଡା ହୋଇ ନ ଥିବାରୁ ଭାଗୀରଥି ଓ ପ୍ରଶାନ୍ତଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ। ଭାଗୀରଥି ବର୍ତ୍ତମାନ ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଥିବା ବେଳେ ସେ ପୂର୍ବରୁ ମଧ୍ୟ ୨ ଥର ସରପଞ୍ଚ ଥିଲେ ା ପୂଜାରିଗୁଡା ପଞ୍ଚାୟତର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ନିର୍ବାଚନରେ ଜିତିବା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ା ଅପରପକ୍ଷରେ ପ୍ରଶାନ୍ତ ବର୍ତ୍ତମାନ ଜିଲା ପରିଷଦ ଜୋନ୍‌-୨ ସଭ୍ୟ ଅଛନ୍ତି। ପୂର୍ବରୁ ସେ ଥରେ ବ୍ଲକ ଅଧ୍ୟକ୍ଷ ଓ ୨ ଥର ସମିତିସଭ୍ୟ ଥିଲେ। ତେବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଅଥବା ଭାଜପାର କେହି ସମର୍ଥିତ ପ୍ରାର୍ଥୀ ନ ଥିବାରୁ ଉଭୟ ଦଳର ସମର୍ଥକ ଭୋଟର୍‌ କାହା ସପକ୍ଷରେ ଯିବେ ତାହା ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି ା ଉଭୟ ଦଳର ଭୋଟରଙ୍କୁ ଯିଏ ମନେଇ ପାରିଲା ତା’ର ଜିତାପଟ୍‌ ବୋଲି ଆଲୋଚନା ହେଉଛି।