ବାଂଲାଦେଶରେ ଜନ୍ମିତ ଫହମିଦା ଅଜିମ୍ଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାନଜକ ପୁଲିଜର ପୁରସ୍କାର ପ୍ରଦାନ କରାଯିବ। ଅନ୍ଲାଇନ୍ ମାଗାଜିନ୍ ଇନ୍ସାଇଡର ପାଇଁ କାର୍ଯ୍ୟରତ ଏହି ମହିଳା ଖବରଦାତାଙ୍କୁ ବିସ୍ତୃତ ରିପୋର୍ଟିଂ ଓ କମେଣ୍ଟ୍ରି ବର୍ଗରେ ୨୦୨୨ ପୁଲିଜର ପୁରସ୍କାର ଦିଆଯିବା ନେଇ ମଙ୍ଗଳବାର ଘୋଷଣା କରାଯାଇଛି। ଚାଇନାରେ ସଂଖ୍ୟାଲଘୁ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା ବର୍ବରତାକୁ ଲୋକଲୋଚନକୁ ଆଣିଥିବା ୪ ଖବରଦାତାଙ୍କ ମଧ୍ୟରୁ ଆମେରିକାରେ ରହୁଥିବା ଫହମିଦା ଅନ୍ୟତମ। ତାଙ୍କ ‘ଆଇ ଏସ୍କେପ୍ଡ ଏ ଚାଇନିଜ୍ ଇଣ୍ଟରର୍ନମେଣ୍ଟ କ୍ୟାମ୍ପ୍’ ବିଶେଷ ଆଦୃତି ଲାଭ କରିଛି।