ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ

ମୁମ୍ବାଇ: ବଲିଉଡ୍‌ର ହିଟ୍ ନାୟିକା କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌କି ଧଡକନ । ଏବେ ତାଙ୍କ ଭଉଣୀ ଇସାବେଲ କୈଫ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଛି । ସେ ଫିଲ୍ମ ‘ସୁସ୍ୱାଗତମ ଖୁସାମଦିଦ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଜଣାପଡିଛି । ଏଥିରେ ସେ ପୁଲକିତ ଶର୍ମାଙ୍କ ସହ ଲିଡ୍ ରୋଲରେ ଦେଖାଦେବେ । ପୁଲକିତ ସମ୍ରାଟ ଦିଲ୍ଲୀର ଯୁବକ ଅମନ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଇସାବେଲ ଆଗ୍ରା ସହରରେ ରହୁଥିବା ନୁର ଭୂମିକାରେ ନଜର ଆସିବେ । ପୁଲକିତଙ୍କ ମତରେ ଏମାନଙ୍କ ଅନ୍‌ସ୍କ୍ରିନ୍ କେମେଷ୍ଟ୍ରି ଧମାକାଦାର ବୋଲି ସେ କହିଛନ୍ତି । ଇସାବେଲଙ୍କୁ ନେଇ ପୁଲକିତ କୁହନ୍ତି ସେ ଖୁବ୍ ପରିଶ୍ରମି ଯାହା ସମସ୍ତଙ୍କୁ ପ୍ରଭାବିତ କରେ । ଆଉ ଇସାବେଲ ସେଟ୍‌କୁ ଆସିଲେ ଏନର୍ଜି ଆସିଗଲା ଭଳି ଲାଗେ । ନିକଟରେ ଏହିଯୋଡି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ସହ ଇଣ୍ଡିଆ-ରାସ ନମ୍ବର ପାଇଁ ଶୁଟିଂ ଶେଷ କରିଛନ୍ତି । ଏହି ଗୀତରେ ପାଖାପାଖି ୪ଶହ ଡ୍ୟାନ୍ସର କାମ କରିଥିବା ବେଳେ ଇସାବେଲ ନୂଆ ହୋଇ ମଧ୍ୟ ତାଙ୍କ ପରିଶ୍ରମ ଓ ପରଫେକ୍ଟ ଷ୍ଟେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଗଣେଶ କହିଛନ୍ତି ।

Share