Advertisement
Categories: ଜାତୀୟ

ଭାଜପା କରିଥିଲା ପୁଲଓ୍ବାମା ଆକ୍ରମଣ, ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି: ଉଦ୍ଧବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲି କରିଥିଲେ ଯେଉଁଠାରେ ସେ ତାଙ୍କ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ଉଦ୍ଧବ ଠାକରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉଦ୍ଧବ ଠାକରେ କହିଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଭାଜପା ଦ୍ୱାରା କରାଯାଇଛି। ଏହି ବିବୃତ୍ତି ଦେବାବେଳେ ସେ ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଟିଏମସି ଏମପି ମହୁଆ ମିତ୍ରଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ଉଦ୍ଧବ କହିଛନ୍ତି, ’ମହୁଆ ପଶ୍ଚିବଙ୍ଗର ଏମପି। ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ। ସତ୍ୟପା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଏହା ମୋର ମତ ନୁହେଁ। ସେ ଦୁହେଁ ଏହି କଥା କହିଛନ୍ତି। ସେ ଖୋଲାଖୋଲି ଭାବେ କହିଛନ୍ତି ଭାଜପା ୨୦୧୯ରେ ନିର୍ବାଚନରେ ଜିତିବା ପାଇଁ ପୁଲୱାମା ଷଡଯନ୍ତ୍ର କରିଥିଲା। ଭାଜପା କ୍ଷମତା ହାସଲ ପାଇଁ ସବୁ କିଛି କିଛି କରିପାରିବ।

ଭାଜପା ନିର୍ଦ୍ଦେଶରେ ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି। ଉଦ୍ଧବ ଠାକରେ କହିଛନ୍ତି, ’ଅନ୍ୟ ଏକ ସମ୍ଭାବନା ବିଷୟରେ ଆଲୋଚନା ହେଉଛି ଏବଂ ଦେଶର ସମସ୍ତ ହିନ୍ଦୁ ଏହା ପ୍ରତି ଧ୍ୟାନ ଦେବା ଉଚିିତ। ଏବେ ପ୍ରକାଶ ପାଇଛି ପାକିସ୍ତାନ ଦ୍ୱାରା ହୋଇଥିବା ଆକ୍ରମଣ ଏକ ମିଥ୍ୟା ଥିଲା। ସେମାନେ ଚନ୍ଦ୍ରରେ ଏକ ଘର ତିଆରି ମଧ୍ୟ କରିପାରିବେ। ତା’ପରେ ଆଉ କ’ଣ କରାଯାଇପାରିବ? ଏହା ଅଧିକ ବିପଜ୍ଜନକ ଅଟେ। ଦେଖନ୍ତୁ ରାମ ମନ୍ଦିର ନିର୍ମାଣ ହେଉଛି, ଯେଉଁଥିରେ ଭାଜପାର କୌଣସି ଭୂମିକା ନାହିଁ। କୋର୍ଟ ରାମମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କିନ୍ତୁ ଭାଜପା ୧ ଜାନୁଆରୀ ୨୦୨୪ ରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ପାଳନ କରିବେ।

Share