Categories: ଜାତୀୟ

ପୁଲୱାମା ଆକ୍ରମଣ: ୧୨ ଦିନରେ ଭାରତ ନେଇଥିଲା ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଏକ କଳା ଦିବସ । ଏହିଦିନ ପାକିସ୍ତାନ ଆତଙ୍କବାଦୀଙ୍କ ଅକ୍ରମଣରେ ଶହୀଦ ହୋଇଥିଲେ ୪୦ ଭାରତୀୟ ବୀର ଯବାନ । ଠିକ୍ ଆଜକୁ ୨ ବର୍ଷ ପୂର୍ବେ ଜମ୍ମୁ-କଶ୍ମୀରର ପୁଲୱାମାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ବିସ୍ଫୋରକରେ ଭର୍ତ୍ତି ଏକ ଗାଡିକୁ ସିଆର୍‌ପିଏଫ୍ ଯବାନଙ୍କ ବସ୍‌ରେ ମାଡ କରିବା ଫଳରେ ଖୁବ୍ ଜୋରରେ ବିସ୍ଫୋରଣ ହୋଇ ୪୦ ଯବାନ ଶହୀଦ ହୋଇଯାଇଥିଲେ । ଆଉ ଏହାର ଠିକ୍ ୧୨ ଦିନ ମଧ୍ୟରେ ଏହାର ପ୍ରତିଶୋଧ ନେଲା ଭାରତ । ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କଲା ଭାରତ । ୨୬ ଫେବୃୟାରୀରେ ଯୋଜନା ବଦ୍ଧ ଭାବେ ଭାରତୀୟ ବାୟୁସେନା ଦ୍ୱାରା ଏୟାର ଷ୍ଟ୍ରାଇକ୍ କରାଯାଇ ପୁଲୱାମା ଆକ୍ରମଣର ପତିଶୋଧ ନେଲା ଦେଶ । ଯେଉଁଥିରେ ଶହ ଶହ ଆତଙ୍କବାଦୀ ନିପାତ ହୋଇଥିଲେ ।

Share