Categories: ଜାତୀୟ

ପୋଲିସ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ଶ୍ରୀନଗର,୨୬ ।୧୨: କଶ୍ମୀର ସଂଭାଗର ପୁଲୱାମା ଜିଲାରେ ଆତଙ୍କବାଦୀମାନେ ରବିବାର ପୋଲିସ ପୋଷ୍ଟ ଉପରକୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏହି ଗ୍ରେନେଡମାଡ ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଆତଙ୍କବାଦୀଙ୍କୁ ଧରିବା ଲାଗି ଉକ୍ତ ଅଞ୍ଚଳକୁ ଘେରାଉ କରି ରଖାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ଆକ୍ରମଣରେ ୨ ପୋଲିସ କର୍ମୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇ ନାହିଁ ।

Share