Categories: ଜାତୀୟ

ପୁଲଓ୍ବାମା ଆକ୍ରମଣ: ଆତଙ୍କବାଦୀଙ୍କୁ ସହାୟତା କରୁଥିଲେ ଏହି ମହିଳା

ଶ୍ରୀନଗର, ୨୭।୮: ପୁଲଓ୍ବାମା ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିବା ମହିଳାଙ୍କୁ ଗିରଫ କରାଯାଇଛି। ଇଂଶା ଜାନ୍‌ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଆବଶ୍ୟକ ସହାୟତା କରୁଥିବା ଅଭିଯୋଗ ହୋଇଛି। ୨୩ ବର୍ଷ ବୟସ୍କା ଇଂଶା ତାଙ୍କ ପିତା ତାରିକ୍‌ ପୀର୍‌ଙ୍କ ସହିତ ମିଶି ଏଭଳି କରୁଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଫାରୁକିଙ୍କ ସହିତ ଇଂଶାଙ୍କର ଭଳ ସମ୍ପର୍କ ରହିଥିବା କୁହାଯାଉଛି। ୨୦୧୮ ଏବଂ ୨୦୧୯ରେ ଆତଙ୍କବାଦୀମାନେ ତାଙ୍କ ଘରେ ବହୁ ଥର ରହିଥିବା ଏନ୍‌ଆଇଏ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share