Categories: ଜାତୀୟ

ପୁଲଓ୍ବାମା ଆକ୍ରମଣ ଏକ ରାଜନୈତିକ ଷଡଯନ୍ତ୍ର: ଶିବସେନା

ପୁଣେ,୨୨।୧: ରିପବ୍ଲିକ ଟିଭିର ମୁଖ୍ୟ ଅର୍ନବ ଗୋସ୍ବାମୀଙ୍କ ହ୍ବାଟ୍ସଆନ୍‌ ଚାଟ୍‌ ଭାଇରାଲ ହେବା ପରେ ଭାଜପା ଉପରେ ବର୍ଷିଛି ଶିବସେନା। ଏହାର ମୁଖପତ୍ର ସାମ୍‌ନାରେ କୁହାଯାଇଛି ଯେ, ୨୦୧୯, ଫେବୃୟାରୀ ୧୪ରେ ପୁଲଓ୍ବାମାରେ ଆମ ସୈନିକଙ୍କ ହତ୍ୟା ଦେଶ ଭିତରେ ରଚାଯାଇଥିବା ଏକ ରାଜନୈତିକ ଷଡଯନ୍ତ ଥିଲା। ଲୋକ ସଭା ନିର୍ବାଚନ ଜିତିବା ପାଇଁ ୪୦ ଯବାନଙ୍କୁ ହତ୍ୟା କରାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆସିଥିଲା। ଏବେ ଅର୍ନବଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ରୁ ତାହା ପ୍ରମାଣିତ ହୋଇଛି। ଏସବୁ ଦେଖି ପ୍ରଭୁ ଶ୍ରୀରାମ ବି ମୁଣ୍ଡ ପିଟୁଥିବେ ବୋଲି ଶିବସେନା କହିଛି। ଜାତୀୟ ସୁରକ୍ଷା ସମ୍ବନ୍ଧିତ ଅନେକ ଗୋପନୀୟ ତଥା ଗୋସ୍ବାମୀ ସାର୍ବଜନୀନ କରିଛନ୍ତି। ଏନେଇ ଭାଜପା ତାଣ୍ଡବ କାହିଁକି କରୁନାହିଁ ବୋଲି ଭାଜପାକୁ ପ୍ରଶ୍ନ କରିଛି ଶିବସେନା।

Share