Categories: ଜାତୀୟ

ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଆଉ ଜଣେ ଆତଙ୍କବାଦୀ ମୃତ ୨ ଏକେ ୪୭ ଜବତ

ପୁଲୱାମା,୨୮ ।୪: ଜମ୍ମୁ-କଶ୍ମୀର ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଗୁରୁବାର ପୁଣିଥରେ ପୋଲିସ ପକ୍ଷରୁ ସୂଚନା ମିଳିଛି କି ଉକ୍ତ ଏନକାଉଣ୍ଟରରେ ପୁଲୱାମାର ମିତ୍ରିଗାମ ଆଞ୍ଚଳରେ ଆଉଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨ଟି ଏକେ ୪୭ ରାଇଫଲ ଜବତ କରାଯାଇଛି ।
କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ପୁଲୱାମା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନେ ସ୍ଥାନୀୟ ଅଞ୍ଚଳର ଏଜାଜ ହାଫିଜ ଓ ଶାହିଦ ଅୟୁବ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ୨ଟି ଏବେ ୪୭ ଜବତ କରାଯାଇଥିବା ବେଳେ ଉଭୟ ବନ୍ଦ୍ରେ ସଙ୍ଗଠନର ସମ୍ପର୍କରେ ଥିବା ଜଣାପଡିଛି ।

Share