Categories: ଜାତୀୟ

ପୁଲଓ୍ବାମା ଶହୀଦଙ୍କ ପରିବାର ବର୍ଗଙ୍କୁ କାହିଁକି ମିଳିନି ନିଯୁକ୍ତି, କେନ୍ଦ୍ର ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୭।୭ : ୨୦୧୯ ମସିହାରେ, ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ସେମାନଙ୍କ ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସୈନିକଙ୍କ ୧୯ ପରିବାରକୁ ସରକାରୀ ଚାକିରି ଦିଆଯାଇଛି। ଆଉ ୩ ଟିର ନିଯୁକ୍ତି ପ୍ରକ୍ରିୟା ଚାଲିଛି।

୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ୧୧ ପରିବାର ସେମାନଙ୍କ ପିଲାମାନଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଏହି ପିଲାମାନଙ୍କ ମଧ୍ୟରେ ସିଆରପିଏଫ ହେଡ କନଷ୍ଟେବଳ ମନୋଜ କେ ବେହେରାଙ୍କ ଝିଅ ଏବଂ କନଷ୍ଟେବଳ ଭାଗୀରଥ ସିଂଙ୍କ ସାତ ବର୍ଷର ପୁଅ ଅଛନ୍ତି।

ସେ କହିଛନ୍ତି ଅନ୍ୟ ୮ ଶହୀଦଙ୍କ ପରିବାରକୁ ୧.୫ କୋଟିରୁ ୨ କୋଟି ମଧ୍ୟରେ ମୋଟ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ୨୯ ପରିବାରକୁ ୨ କୋଟିରୁ ୨.୫ କୋଟି ଟଙ୍କା ମଧ୍ୟରେ କ୍ଷତିପୂରଣ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ତିନି ଶହୀଦଙ୍କ ପରିବାରକୁ ୨.୫ କାଟିରୁ ୩ କୋଟି ଟଙ୍କା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇଛି।

Share