ପମ୍ପ୍‌କିନ୍‌ ପ୍ୟାନ୍‌କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ କଖାରୁ ପେଷ୍ଟ, ୫୦୦ ମିଲି. ଆଲମଣ୍ଡ କ୍ଷୀର, ୨ ଟେବଲ୍‌ସ୍ପୁନ୍‌ ଭାନିଲା ଏକ୍ସଟ୍ରାକ୍ଟ, ୫୦୦ ଗ୍ରାମ୍‌ ଚଣା ପାଉଡ଼ର(ଚିକ୍‌ପି ଫ୍ଲୋର୍‌), ୧ ଟିସ୍ପୁନ୍‌ ଲେଖାଏଁ ଡାଲଚିନି, ଜାଇଫଳ, ଲବଙ୍ଗ ପାଉଡ଼ର, ୧ ଟିସ୍ପୁନ୍‌ ବେକିଂ ପାଉଡ଼ର, ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ କଖାରୁ ପେଷ୍ଟ, ଆଲମଣ୍ଡ କ୍ଷୀର, ଭାନିଲା ଏକ୍ସଟ୍ରାକ୍ଟକୁ ଏକାଠି ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଚଣା ପାଉଡ଼ର, ଡାଲଚିନି, ଜାଇଫଳ, ଲବଙ୍ଗ ପାଉଡ଼ର, ବେକିଂ ପାଉଡ଼ର, ଲୁଣ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଉଭୟ ମିଶ୍ରଣକୁ ଏକାଠି କରି ଭଲ ଭାବେ ଗୋଳାଇ ଦିଅନ୍ତୁ। ଯଦି ମିଶ୍ରଣ ଅଧିକ ବହଳିଆ ହୁଏ ତେବେ ଅଳ୍ପ ଆଲମଣ୍ଡ କ୍ଷୀର ମିଶାଇ ପାରିବେ।
– ବର୍ତ୍ତମାନ ଚୁଲାରେ ମଧ୍ୟମ ଆଞ୍ଚରେ ଏକ ନନ୍‌ଷ୍ଟିକ୍‌ ତାଓ୍ବା ବସାନ୍ତୁ। ଏହା ଉପରେ ଅଳ୍ପ ତେଲ ନେଇ ଭଲ ଭାବେ ଚାରିଆଡ଼େ ଲଗାନ୍ତୁ। ଏଥିରେ ଆବଶ୍ୟକ ମାତ୍ରାରେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ନେଇ ଚାମଚ ସାହାଯ୍ୟରେ ଗୋଲ କରନ୍ତୁ। ହାଲକା ବ୍ରାଉନ କଲର ହୋଇଗଲେ ଏହାକୁ ଓଲଟାଇ କିଛି ସମୟ ରଖିବା ପରେ କାଢ଼ି ଦିଅନ୍ତୁ। ସେହିପରି ସମସ୍ତ ପ୍ୟାନ୍‌କେକ୍‌ ପ୍ରସ୍ତୁତ କରି ଗରମ ଗରମ ଖାଇବାର ମଜା ନିଅନ୍ତୁ।