Categories: ଫୁରସତ

କଖାରୁ ଫୋପାଡ଼ିବା ପ୍ରତିଯୋଗିତା

କଖାରୁ ଏକ ପରିବା। ଏଥିରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିଥାଉ। ହେଲେ ଆମେରିକାରେ ଏହାକୁ ନେଇ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏକ ପ୍ରତିଯୋଗିତା। ଯେଉଁଥିରେ କଖାରୁକୁ ଫୋପଡ଼ା ଯାଏ। ଏଥିପାଇଁ ମେସିନ୍‌ ବି ବ୍ୟବହାର କରାଯାଏ। ଯିଏ କଖାରୁକୁ ଯେତେ ଅଧିକ ଦୂର ଫୋପାଡ଼ି ପାରିବ, ସେ ହୁଏ ବିଜେତା। ଏହି ପ୍ରତିଯୋଗିତାର ନାମ ହେଉଛି ‘ପନକିନ୍‌ ଚନକିନ୍‌’। ନଭେମ୍ବର ମାସ ଆରମ୍ଭରେ ଏହି ପ୍ରତିଯୋଗିତା ହୁଏ। ହାଲୋଓ୍ବିନ୍‌ରେ ବ୍ୟବହାର କରାଯାଇଥିବା କଖାରୁ ଓ ବଳକା କଖାରୁକୁ ଏଥିରେ ଫୋପଡ଼ା ଯାଇଥାଏ। ଉଦ୍ଦେଶ୍ୟ ହେଉଛି ସେହି କଖାରୁଗୁଡିକୁ ଡିସ୍‌ପୋଜ୍‌ କରିବା। ୧୯୮୫ରୁ ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜିତ ହେଉଛି।

Share