ତ୍ୱଚାକୁ ଗ୍ଲୋ କରିବ କଖାରୁ

କଖାରୁରେ ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ ବ୍ୟବହାର କରି କିପରି ସୁନ୍ଦର ଆଉ ଗ୍ଲୋଇଂ ସ୍କିନ୍‌ ପାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…

ଖଣ୍ଡ ଛୋଟ କଖାରୁକୁ ଭଲଭାବେ ପେଷ୍ଟ କରି ସେଥିରେ ୨ ବଡ଼ ଚାମଚ ଦହି ମିଶାନ୍ତୁ। ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ବି ମିଶାଇ ପାରିବେ। ଏହାକୁ ଭଲଭାବେ ମିଶାଇ ଫେସ୍‌ ପ୍ୟାକ ତିଆରି କରି ମୁହଁରେ ଲଗାନ୍ତୁ। ଅଧଘଣ୍ଟା ପରେ ମୁହଁ ଧୋଇ ଦିଅନ୍ତୁ।
ଭିଟାମିନ୍‌-ଇ ତିନୋଟି କ୍ୟାପ୍‌ସୁଲ ମିଶାଇ ଭଲଭାବେ ପେଷ୍ଟ କରନ୍ତୁ। ଏଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ପେଷ୍ଟରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଏକ ବଡ଼ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲଭାବରେ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ପେଷ୍ଟରେ ଏକ ବଡ଼ ଚାମଚ ଓଟ୍‌ସ ଗୁଣ୍ଡ ଏବଂ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ପ୍ରାୟ ୩୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ଚାରି ଖଣ୍ଡ ଛୋଟ କଖାରୁକୁ ସିଝାଇ ସେଥିରେ ୧ ଚାମଚ ମହୁ, ୧ ଚାମଚ କ୍ଷୀର ଏବଂ ଅଧା ଚାମଚ ଡାଳଚିନି ଗୁଣ୍ଡ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ।