ପୁନମ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’ ପରେ ମୁହଁ ଖୋଲିଲେ ସ୍ବାମୀ

ମୁମ୍ବାଇ,୪ା୨: କଣ୍ଟ୍ରୋଭର୍ସି କୁଇନ୍‌ ନାମରେ ପରିଚିତ ୩୨ ବର୍ଷୀୟା ପୁନମ୍‌ ପାଣ୍ଡେଙ୍କ ‘ଫେକ୍‌ ଡେଥ୍‌ ପବ୍ଲିସିଟି ଷ୍ଟଣ୍ଟ’ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିନେତ୍ରୀଙ୍କୁ ଟାର୍ଗେଟ୍‌ କରୁଥିବାର ନଜର ଆସିଛନ୍ତି। ସର୍ଭିକାଲ କ୍ୟାନ୍‌ସର ବିଷୟରେ ସଚେତନତା ସୃଷ୍ଟି କରିବା ନାମରେ ତାଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କାର୍ଯ୍ୟକୁ ଲୋକମାନେ ଏକ ଶସ୍ତା ପ୍ରଚାର ପ୍ରସାର ଏବଂ ଏକ ଅଶ୍ଳୀଳ ହାସ୍ୟାସ୍ପଦ ବୋଲି କହୁଛନ୍ତି। ଏହି ସମୟରେ ପୁନମଙ୍କ ସ୍ବାମୀ ସାମ ବମ୍ବେ ଅଭିନେତ୍ରୀଙ୍କୁ ସମର୍ଥନ କରିଛନ୍ତି।
ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ କି ନାହିଁ ପ୍ରଶ୍ନ ଉପରେ ସାମ ବମ୍ବେ କହିଛନ୍ତି, ନା, ମୁଁ ଖୁସି ଯେ ସେ ଜୀବିତ ଅଛନ୍ତି। ତାଙ୍କର ଅନେକ ଅବଦାନ ଅଛି। ଯଦି କେହି ତାଙ୍କ ଖ୍ୟାତି କିମ୍ବା ପ୍ରତିଛବି ପ୍ରତି ଧ୍ୟାନ ନ ଦେଇ ଏକ ସମସ୍ୟା ବିଷୟରେ ସଚେତନତା ବିସ୍ତାର କରନ୍ତି, ତେବେ ଆସନ୍ତୁ ତାଙ୍କୁ ସମ୍ମାନ ଦେବା। ସେ ହେଉଛନ୍ତି ସାହସୀ ଭାରତୀୟ ମହିଳା।
ସାମ ବମ୍ବେ ଆହୁରି ମଧ୍ୟ କହିଛନ୍ତି ସେ ଏବଂ ପୁନମ ନିଶ୍ଚିତ ଭାବେ ଅଲଗା ହୋଇଯାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଛାଡପତ୍ର ହୋଇନାହିଁ।
କଣ୍ଟ୍ରୋଭର୍ସି କୁଇନ୍‌ ପୁନମ୍‌ ସର୍ଭିକାଲ କ୍ୟାନ୍‌ସରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିବା ଖବର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଆସିବା ପରେ ଶୁକ୍ରବାର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଓ ଫ୍ୟାନ୍‌ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଥିବାବେଳେ ସେ ମୁହଁ ଦେଖାଇଥିଲେ। ସେ କହିଥିଲେ, ସର୍ଭିକାଲ କ୍ୟାନ୍‌ସର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେ ଓ ତାଙ୍କ ଟିମ୍‌ ମୃତ୍ୟୁ ଖବର ପ୍ରସାର କରିଥିଲେ। ଏହି ରୋଗ ଏତେ ଭୟାବହ ଯେ ଏଥିରେ ଆକ୍ରାନ୍ତ ଅନେକ ହଜାର ମହିଳା ପ୍ରାଣ ହରାଉଛନ୍ତି। କିନ୍ତୁ ଏଥିରୁ ଆରୋଗ୍ୟ ହେବା ସମ୍ଭବ। ଏନେଇ ସଚେତନତା ସୃଷ୍ଟି ଜରୁରୀ ହୋଇପଡ଼ିଛି। ରୋଗ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ସେ ଏପରି କରିଥିଲେ। ତାଙ୍କର ଏହି କାଣ୍ଡକୁ ସେଲିବ୍ରିଟି, ସୋସିଆଲ ମିଡିଆ ୟୁଜର୍ସ ‘ସବୁଠୁ ନିକୃଷ୍ଟ ପବ୍ଲିସିଟି ଷ୍ଟଣ୍ଟ’ ରୂପେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା: ଜାଣନ୍ତୁ କ’ଣ ରହିଛି ମାମଲା

ଭୁବନେଶ୍ୱର,୧୯ା୧୦(ସତ୍ୟଜିତ୍‌ ରାଉତ):ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ...

ଶୁଟିଂ ସେଟ୍‌ରେ ମୋର ମୃତ୍ୟୁ ହେଉ: ଶାହାରୁଖ ଖାନ୍‌

ମୁମ୍ବାଇ: ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ। ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

‘ବାବା ସିଦ୍ଧକିଙ୍କଠାରୁ ଖରାପ ହେବ ଅବସ୍ଥା’; ପୁଣି ଭାଇଜାନଙ୍କୁ ଧମକ ମିଳିବା ପରେ ଚିନ୍ତାରେ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ମୁମ୍ବାଇ ପୋଲିସକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏକ ବାର୍ତ୍ତା ମିଳିଛି। ଯେଉଁଥିରେ ଅଭିନେତାଙ୍କୁ...

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri