ନୂଆଦିଲ୍ଲୀ,୨୫।୧ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମସ୍ନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦେଶର ପ୍ରଥମ ସ୍ବଦେଶୀ ମାନବ ପାପିଲୋମା ଭାଇରସ ଟିକା (ଏଚପିଭି ଟିକା) ବିଷୟରେ ଆଲୋଚନା କରିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ମୁଁ ଟିକା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଆସିଥିଲି। ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଆମେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବୁ। ଏହି ବର୍ଷ ତ୍ତପାଦନ ପରିମାଣ ବହୁତ କମ ରହିଛି। କିନ୍ତୁ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆସନ୍ତା ବର୍ଷ ଏକ ବୃହତ ପରିମାଣର ଉତ୍ପାଦନ କରିବୁ ।
ପୁନାୱାଲା କହିଛନ୍ତି ଯେ ଆମେ ଏହାକୁ ଧୀରେ ଧୀରେ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ କରିବୁ। ମୁଁ ବର୍ତ୍ତମାନ ମୂଲ୍ୟ ଉପରେ ମନ୍ତବ୍ୟ ଦେଇ ପାରିବି ନାହିଁ। ଆମେ ଟେଣ୍ଡର ପ୍ରକ୍ରିୟାକୁ ଅପେକ୍ଷା କରିବୁ ଏବଂ ସରକାରଙ୍କ ପ୍ରୋଟୋକଲ ଅନୁସରଣ କରିବୁ। ସମସ୍ତ ପ୍ରକ୍ରିୟା ଶେଷ ହେବା ମାତ୍ରେ ଏହାର ମୂଲ୍ୟ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।