ପୁଣେ,୨୯।୩ : ପୁଣେର ଲୋକସଭା ଏମ୍ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ବୁଧବାର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ଦେଢ଼ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦିନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ସେ ଗେଣ୍ଟିଲେଟରରେ ଥିଲେ।
ଲୋକସଭା ବାଚସ୍ପତି ଓମ ବିର୍ଲା ବାପଟଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗିରିଶ ବାପଟ ତାଙ୍କ କଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛନ୍ତି। ସେ ସର୍ବଦା ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ। ଓମ ବିର୍ଲା ଗିରିଶ ବାପଟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ବାପଟ ୨୦୧୯ ରେ ପୁଣେରୁ ଏମ୍ପି ହୋଇଥିଲେ।