Categories: ଜାତୀୟ

ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ମୃତଦେହ

ପୁଣେ,୫।୮: ପୁଣେ ସ୍ଥିତ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ) ଛାତ୍ର ହଷ୍ଟେଲରୁ ଶୁକ୍ରବାର ଜଣେ ୩୨ ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ସୁଇସାଇଡ୍‌ ନୋଟ ମିଳି ନ ଥିବା ବେଳେ ମୃତ ଛାତ୍ରଙ୍କ ନାମ ଅଶ୍ୱିନ ଅନୁରାଗ ଶୁକ୍ଳା ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ୨୦୧୭ ବ୍ୟାଚ ସିନେମାଟୋଗ୍ରାଫି ପାଠ୍ୟକ୍ରମର ଅଶ୍ୱିନ ଛାତ୍ର ରହିଥିଲେ। ଶୁକ୍ରବାର ସକାଳୁ ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share