Categories: ଜାତୀୟ

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ ପୁଣେର ପିମ୍ପ୍‌ରି ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡ଼ିକରେ କୋଭିଡ ଶଯ୍ୟା ଅଭାବ ରହିଛି। ଏଠାରେ ସମସ୍ୟା ଏତେ ବୃଦ୍ଧି ପାଇଛି ଯେ ରୋଗୀମାନଙ୍କୁ ବିଶ୍ରାମାଗାରରେ ଅମ୍ଳଜାନ ଲଗାଇ ଚିକିତ୍ସା କରାଯାଉଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ବୋଲି ପ୍ରଶାସନ କହିଛି। ପୁଣେର ଯଶବନ୍ତରାଓ ଚହ୍ବାନ ମେମୋରିଆଲ ହସ୍ପିଟାଲରେ ୫୫ଟି ଆଇସିୟୁ ସହିତ ମୋଟ ୪୦୦ ଶଯ୍ୟା ଅଛି । ଯାହା ଏପର୍ଯ୍ୟନ୍ତ ପୂରଣ ହୋଇଯାଇଛି। ପୁଣେ ମ୍ୟୁନିସିପାଲିଟି କର୍ପୋରେସନ ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଜିଲାରୁ ୫,୬୦୦ଟି ନୂଆ ମାମଲା ଆସିଥିବାବେଳେ ୩୪୮୧ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Share