ପୁଣେ,୧୨।୧: କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ପୂରା ଦେଶରେ ହୁ ହୁ ହୋଇ ବୃଦ୍ଧ ପାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ କରିଛି ମହାରାଷ୍ଟ୍ରର ପୁଣେ ଜିଲା ପ୍ରଶାସନ। ଜିଲାରେ ‘କୋଭିଡ୍ ମୁକ୍ତ ଗାଁ’ ପ୍ରତିଯୋଗିତା ଘୋଷଣା କରାଯାଇଛି। ୧୦ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ପୁଣେ ଡିଭିଜନର ଶ୍ରେଷ୍ଠ ୩ ଗାଁକୁ ପୁରୁସ୍କୃତ କରାଯିବ। ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ପାଣ୍ଠିରୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ପ୍ରତିଯୋଗିତାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଛି ଜିଲା ପ୍ରଶାସନ। କୋଭିଡ ନିୟନ୍ତ୍ରଣର ୨୨ ପାରାମିଟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଗାଁକୁ ଚୟନ କରାଯାଇ ପୁରସ୍କୃତ କରାଯିବ। ନଂ ୧ ସ୍ଥାନ ହାସଲକାରୀ ଗାଁକୁ ୫୦ ଲକ୍ଷ ପୁରସ୍କାର ରାଶି ଥିବା ବେଳେ ୨ୟ ଓ ତୃତୀୟ ପାଇଁ ଯଥାକ୍ରମେ ୨୫ ଓ ୧୫ ଲକ୍ଷ ଟଙ୍କା ରଖାଯାଇଛି।