Categories: ଜାତୀୟ

‘ଭାଇ’ କହିଲେ ନାହିଁ ବୋଲି ମାଡ଼

ପୁଣେ,୨୮।୧: ଭାଇ ନ କହିବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମାଡ଼ ମାରିବା ସହ ରାସ୍ତାରେ ଫୋପଡ଼ା ଯାଇଥିବା ବିସ୍‌କୁଟ୍‌ ଖାଇବାକୁ ବାଧ୍ୟ କରାଯାଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିଛି ପୁଣେ ଜିଲାର ପିମ୍ପରି-ଚିଞ୍ଚଓ୍ବାଡ୍‌ ଅଞ୍ଚଳରୁ। ଏହି ଘଟଣାରେ ସମ୍ପୃକ୍ତ ୩ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ନାବାଳକଙ୍କୁ ଅଟକ ରଖାଯାଇଛି।

ଗୁରୁବାର ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ବେଲ୍ଟରେ ପୀଡ଼ିତଙ୍କୁ ନିର୍ଯାତନା ଦେଉଥିଲେ। ପରେ ଅନ୍ୟ ଅଭିଯୁକ୍ତମାନେ ଏହି ଆକ୍ରମଣରେ ସାମିଲ ହୋଇ ପଡ଼ିଆରେ ଫୋପାଡ଼ା ଯାଇଥିବା ବିସକୁଟ ଖାଇବାକୁ ପୀଡ଼ିତଙ୍କୁ ବାଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ଓ୍ବାକାଡ ପୋଲିସ ଅନୁଯାୟୀ, ଭାଇ ଶବ୍ଦ ବ୍ୟବହାର ନ କରି ନା ଧରି ଡାକିବାରୁ ଜଣେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିଲେ। ଏହି ଘଟଣାରେ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

Share