Categories: ଜାତୀୟ

ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍‌ପୋର୍ଟ ଚିରି ଗିରଫ ହେଲେ ଯୁବକ

ମୁମ୍ବାଇ,୧୧।୭: ପାସ୍‌ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ ବିଦେଶରେ ରହୁଥିବା ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ଫେରିବା ବେଳେ ସ୍ତ୍ରୀ ଯେପରି ପ୍ରେମ ସମ୍ପର୍କ ଏବଂ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ଜାଣି ନ ପାରିବେ ସେନେଇ ସେ ପାସପୋର୍ଟରେ ଷ୍ଟାମ୍ପ ଲାଗିଥିବା ୧୦ ପୃଷ୍ଠା ଚିରି ଦେଇଥିଲେ।

ହେଲେ ମୁମ୍ବାଇ ଏୟାରପୋର୍ଟରେ ଯାଞ୍ଚ ବେଳେ ବେଳେ ପାସ୍‌ପୋର୍ଟର ଏକାଧିକ ପେଜ୍‌ ଚିରାଯାଇଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ପାସ୍‌ପୋର୍ଟ ଚିରିବା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏନେଇ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି। ହେଲେ ସ୍ତ୍ରୀଙ୍କୁ ପ୍ରେମିକା ସମ୍ପର୍କରେ ଲୁଚାଇବା ପାଇଁ ଯୁବକ ଜଣଙ୍କ ଏପରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।

Share