Categories: ଜାତୀୟ

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୁଣେ ପୋଲିସ, ଏନ୍‌ଆଇଏର ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିଲା ନାଁ

ମୁମ୍ବାଇ,୧୯।୭: ମହାରାଷ୍ଟ୍ର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଣେ ପୋଲିସ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନାମ ଇମ୍ରାନ୍‌ ଖାନ୍‌ ଏବଂ ମହମ୍ମଦ ୟୁନୁସ ସାକି। ଗତ କିଛି ଦିନ ହେବ ପୋଲିସ ଏବଂ ଏନ୍‌ଆଇଏ ଉଭୟଙ୍କୁ ଖୋଜୁଥିଲେ। ଉଭୟଙ୍କୁ ଖୋଜି ପାଇଲେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ରଖାଯାଇଥିଲା। ସେମାନଙ୍କ ସହ ଉପସ୍ଥିତ ଜଣେ ଆତଙ୍କବାଦୀ ଏହି ସମୟରେ ଖସିଯିବାରେ ସଫଳ ହୋଇଛନ୍ତି, ଯାହାଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି।

ପୁଣେ ପୋଲିସ ସୂତ୍ର ଅନୁଯାୟୀ, ଏନ୍‌ଆଇଏର ମଧ୍ୟପ୍ରଦେଶର ଏକ ଆତଙ୍କୀ ମାମଲାରେ ଉଭୟ ଅଭିଯୁକ୍ତ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିଲେ। ଯାହାର ସନ୍ଧାନରେ ନିରନ୍ତର ଚଢାଉ କରାଯାଉଥିଲା। ପୋଲିସ କହିଛି ଯେ ୧୮ଜୁଲାଇ ବିଳମ୍ବିତ ରାତିରେ ପୁଣେ ପୋଲିସର ପାଟ୍ରୋଲିଂ ଟିମ ପାଟ୍ରୋଲିଂ ବେଳେ ୩ଜଣ ବାଇକ ଚୋରି କରୁଥିବା ଲୋକଙ୍କୁ ଧରିଥିଲା। ପ୍ରାରମ୍ଭିକ ପଚରାଉଚରା ବେଳେ ସେମାନଙ୍କ ବିଷୟରେ ତାଙ୍କୁ ନେଇ ସନ୍ଦେହ ହୋଇଥିଲା, ପରେ ତାଙ୍କୁ ଗିରଫ କରାଯାଇଥିଲା।

Share