Categories: ଜାତୀୟ

ପୁଣେରେ ଜିକା ଭାଇରସ

ପୁଣେ,୨ ।୧୨: ମହାରାଷ୍ଟ୍ର ପୁଣେରେ ଜିକା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୧୬ନଭେମ୍ବର ଜ୍ୱର, କାଶ, ଆଣ୍ଠିଗଣ୍ଠି ଦରଜ ହେବା ଅଭିଯୋଗ କରିବା ସହ ବ୍ୟକ୍ତି ଜଣକ ଜାହାଙ୍ଗିର ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ । ୧୮ ନଭେମ୍ବରରେ ଏକ ଘରୋଇ ଲ୍ୟାବ ରେ ତାଙ୍କ ସାମ୍ପଲ ଟେଷ୍ଟ ପରେ ସେ ଜିକା ଭାଇରସରେ ପୀଡ଼ିତ ବୋଲି ଜଣାପଡିଥିଲା ।
ଏପଟେ ୩୦ ନଭେମ୍ବରରେ ଏନଆଇବି ପୁଣେରେ ଯାଞ୍ଜ ପରେ ବ୍ୟକ୍ତି ଜଣଙ୍କ ଜିକା ଭାଇରସରେ ସଂକ୍ରମିତ ବୋଲି ଜଣାଡିଛି । ୨୨ ନଭେମ୍ବରରେ ପୁଣେ ନଗର ନିଗମ ପକ୍ଷରୁ ଏହି ଅଞ୍ଚଳରେ ଡିଜିଜ କଣ୍ଟ୍ରୋଲ ଆକ୍ସନ ପ୍ଲାନ ଆରମ୍ଭ କରାଯାଇଥିଲା । ରୋଗୀଙ୍କ ନିକଟରେ ଥିବା ଘର ଗୁଡିକର ସର୍ଭେ କରାଯାଇଥିଲା । ହେଲେ ଉକ୍ତ ଅଞ୍ଚଳରେ କେହି ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ । ସୂଚନାଯୋଗ୍ୟ ଏଡିଜ ମଶା କାମୁଡିଲେ ଏହି ଜିକା ଭାଇରସ ସଂକ୍ରମିତ ହୋଇଥାଏ । ଏହି ମଶା ସାଧାରଣତଃ ଦିନରେ ଅଧିକ ଆକ୍ଟିଭ ରୁହନ୍ତି । ଏହି ଜିକା ଭାଇରସ ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କୁ ସହଜରେ ବ୍ୟାପିଯାଇଥାଏ ।

Share