ଓଟିଟିରେ ରିଲିଜ୍‌ ହେବ ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ

ମୁମ୍ବାଇ: କର୍ନାଟକ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ପୁନୀତ ରାଜକୁମାରଙ୍କୁ କିଏ ବା ନ ଜାଣେ। ଅବଶ୍ୟ ପୁନୀତ ଆଜି ଆମ ଗହଣରେ ନାହାଁନ୍ତି। କିନ୍ତୁ ସେ ସର୍ବଦା ତାଙ୍କ ଫିଲ୍ମ ଏବଂ ଅଭିନୟ ମାଧ୍ୟମରେ ସ୍ମରଣୀୟ ହୋଇ ରହିବେ। ଇତିମଧ୍ୟରେ ପୁନୀତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପନୀତ ରାଜକୁମାରଙ୍କ ଶେଷ ଫିଲ୍ମ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି। ସୂଚନାଯୋଗ୍ୟ, ଦକ୍ଷିଣ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ୨୦୨୧ରେ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ରାଜକୁମାରଙ୍କ ଶେଷ ଫିଲ୍ମ ‘ଗନ୍ଧାଡା ଗୁଡ଼ି’କୁ ତାଙ୍କ ମତ୍ୟୁର ଏକ ବର୍ଷ ପରେ ସିନେମା ହଲ୍‌ରେ ରିଲିଜ୍‌ କରାଯାଇଥିଲା। ତାଙ୍କର ଏହି ଫିଲ୍ମକୁ ଦର୍ଶକ ବହୁତ ଭଲପାଇବା ଦେଇଥିବା ବେଳେ ଏହା ସୁପର ହିଟ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ଧମାଲ୍‌ କରିବାକୁ ଯାଉଛି। ରାଜକୁମାରଙ୍କ ୪୮ତମ ଜନ୍ମ ବାର୍ଷିକୀ ଅବସରରେ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ମୁକ୍ତିଲାଭ କରିବ। ପପୁଲାର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓରେ ମାର୍ଚ୍ଚ ୧୭ରେ ଏହାକୁ ଅନ୍‌ଲାଇନ ଷ୍ଟ୍ରିମିଂ କରାଯିବ। ଏବେ ଏହା ରାଜକୁମାରଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହି ଫିଲ୍ମ ଷଡଯନ୍ତ୍ରରେ ଜଙ୍ଗଲ କାଟିବା, ଜଳ ସଂରକ୍ଷଣ, ପ୍ଲାଷ୍ଟିକର ବ୍ୟବହାର ଏବଂ ବନ୍ୟଜନ୍ତୁ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ଉପରେ ଆଧାରିତ ହୋଇଛି।

Share