ରିଲିଜ୍‌ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ ରିଲିଜ୍‌ ହୋଇଯାଇଛି। ଗୁରୁବାର ୪୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଥିଏଟରରେ ପ୍ରଦର୍ଶିତ ହେବ । ହିନ୍ଦୀ, କନ୍ନଡ, ମାଲାୟାଲମ, ତାମିଲ ଏବଂ ତେଲୁଗୁ ସମେତ ପାଞ୍ଚଟି ଭାଷାରେ ମୁକ୍ତିଲାଭ ହୋଇଛି । ତେବେ ଏହି ଫିଲ୍ମର ଟିଜର ଜାନୁୟାରୀ ୨୬ରେ ମୁକ୍ତିଲାଭ କରିଥିଲା । ଏହା ଏକ ଆକ୍ସନ ମୁଭି।

ଏହି ଫିଲ୍ମକୁ ଚେତନ କୁମାର ନିର୍ଦ୍ଦେଶନା ଦେଇ ଥିବାବେଳେ କିଶୋର ପାଥିକୋଣ୍ଡା ପ୍ରଯୋଜନା କରିଛନ୍ତି । ଫିଲ୍ମରେ ପୁନୀତ ଏକ ସୁରକ୍ଷା କମ୍ପାନୀରେ ମ୍ୟାନେଜର ଭାବରେ ନଜର ଆସିଛନ୍ତି । ପ୍ରିୟା ଆନନ୍ଦ ତାଙ୍କ ବିପକ୍ଷରେ ସ୍କ୍ରିନ ଶେୟାର କରିଛନ୍ତି । ସେହିପରି ଅବିନାଶ, ସରଥ କୁମାର, ଶ୍ରୀକାନ୍ତ ଆଦିତ୍ୟ ମେନୋନ, ସାଧୁ କୋକିଲା ଏବଂ ଅନୁ ପ୍ରଭାକରଙ୍କ ପ୍ରମୁଖ ଅଭିନୟ କରିଛନ୍ତି ।

Share